ଇଡି ସାମ୍ନାରେ ମୁହଁ ଖୋଲୁନାହାନ୍ତି ଅର୍ଚ୍ଚନା

0

ଭୁବନେଶ୍ୱର(ଆମ ଟିଭି): ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚା । ଯେଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲନାହାନ୍ତି ଅର୍ଚ୍ଚନା। ଇଡିକୁ ଭକୁଆ ବନାଉଛନ୍ତି ଅର୍ଚ୍ଚନା। ଇଡିରେ ହାଜର ପୂର୍ବରୁ ସେ ଦେଇଥିଲେ ବିସ୍ଫୋରକ ବୟାନ। ସେ କହିଥିଲେ ୩୦ ମିନିଟ ଦରକାର,ସବୁ ତଥ୍ୟ ପ୍ରମାଣ ସହ ଦେବି। ଇଡିର ତଦନ୍ତକୁ ଅପେକ୍ଷା କରିଛି, ଇଡି ଆଗରେ ପୋଲ ଖୋଲିବେ କହି ଚହଳ ପକାଇଥିଲେ ଅର୍ଚ୍ଚନା। କିନ୍ତୁ ଇଡି ତଦନ୍ତର ଆଜି ହେଉଛି ପଞ୍ଚମ ଦିନ। ଜମା ଅର୍ଚ୍ଚନା ସହଯୋଗ କରୁନାହାନ୍ତି ବୋଲି ଇଡି କହିଛି।

ଏତେ ଟଙ୍କା କେମିତି ଆଣିଲେ? କଳା ସାମ୍ରାଜ୍ୟ କେମିତି କଲେ ତାର ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା। ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ ପ୍ରମୁଖଙ୍କ ହନି ଟ୍ରାପ ନେଇ ମଧ୍ୟ ଇଡିର ପ୍ରଶ୍ନବାଣରେ ଚୁପ ରହିଛନ୍ତି ଅର୍ଚ୍ଚନା। ଇଡି ପ୍ରଶ୍ନର କିଛି ଉତ୍ତର ମିଳୁନି, ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଇଡି। ୧୨ ତାରିଖରେ ଅର୍ଚ୍ଚନାଙ୍କ ରିମାଣ୍ଡ ସରୁଥିବା ବେଳେ, ୧୩ ତାରିଖରେ କୋର୍ଟରେ ହାଜର ହେବେ ଜଗବନ୍ଧୁ।

Leave A Reply

Your email address will not be published.