ଅର୍ଚ୍ଚନା କେଳେଙ୍କାରୀ ମାମଲା: ଦିଲ୍ଲୀ ଯିବ ଇଡି

0

ନୂଆଦିଲ୍ଲୀ (ଆମ ଟିଭି): ଅର୍ଚ୍ଚନା ନାଗ ମାମଲାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅର୍ଚ୍ଚନା କେଳେଙ୍କାରୀ ପଛରେ ବହୁ ବଡ଼ ମାଛ ଥିବା ଚର୍ଚ୍ଚା ହେଉଛି । ଏହି ବଡ଼ ମାଛଙ୍କୁ ଧରିବା ପାଇଁ ଇଡି ଖୋଳତାଡ଼ କରୁଛି । ଏହାରି ଭିତରେ ଖବର ଆସିଛି, ବଡ଼ମାଛ ଧରିବା ପୂର୍ବରୁ ଦିଲ୍ଲୀ ଯିବ ଇଡି। ସେଠାରେ ଇଡି ମୁଖ୍ୟ କାର୍ୟ୍ୟାଳୟରେ ପାଇଥିବା ତଥ୍ୟକୁ ଯାଞ୍ଚ କରି ଫାଇଲ୍କୁ ଆହୁରି ଶକ୍ତିଶାଳୀ କରି ଫେରିବ। ଫଳରେ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ନାଗଫାଶରେ ପଡ଼ିଥିବା ସବୁ ପ୍ରଭାବଶାଳୀଙ୍କ ଚିତ୍ର ଆଉ ଚରିତ୍ର ସାମ୍ନାକୁ ଆସିବ। କାରଣ ହନିଟ୍ରାପ୍ ସୂତ୍ରଧର ଶ୍ରଦ୍ଧାଞ୍ଜଳି ଓ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ପଚରାଉଚରା ବେଳେ ସେମାନଙ୍କ ମୁହଁରୁ ଅନେକ ତଥ୍ୟ ଯୋଗାଡ଼ କରିଛି ଇଡ଼ି। ଏପରିକି ଦୁଇ ଦୁଇ ଜଣ ବ୍ୟବସାୟୀଙ୍କଠୁ ଟଙ୍କା ଟ୍ରାଞ୍ଜାକ୍ସନର ତଥ୍ୟ କାଢ଼ିଛି। ସୌଖିନ୍ ଯାନବାହନ କିଣାର ବି ନୂଆ ତଥ୍ୟ ବି ପାଇଛି। ଏସବୁ ତଥ୍ୟ ପାଇଥିବାରୁ ଏବଂ ଅର୍ଚ୍ଚନା ଓ ଜଗବନ୍ଧୁକୁ ଆଗକୁ ରିମାଣ୍ଡରେ ଆଣିବାକୁ ଥିବାରୁ ଇଡ଼ି ଏବେ ବଡ଼ ଧରଣର ବ୍ଲୁ ପ୍ରିଣ୍ଟ ତିଆରି କରିଛି। ଏହାକୁ ଧରି ଭୁବନେଶ୍ୱରରୁ ଦିଲ୍ଲୀ ମୁଖ୍ୟ ଅଫିସକୁ ଯିବ ଇଡ଼ିର ଏକ ଟିମ୍। ।

ପ୍ରାଥମିକ ଖୋଳତାଡ଼ ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁ ସହ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ର ମଧ୍ୟରେ ୩୭ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିବା ଇଡ଼ି ତଥ୍ୟ ପାଇଛି। ଖଗେଶ୍ୱର ପାତ୍ରକୁ ତୃତୀୟ ଥର ପାଇଁ ରିମାଣ୍ଡ ଆବେଦନ ପିଟିସନ୍ରେ ଏକଥା ଦର୍ଶାଇଥିଲା ଇଡ଼ି। ତେଣୁ ନାଗ-ଚାନ୍ଦଙ୍କ ଆର୍ଥିକ କାରବାର ସହ ୫ ବର୍ଷରେ ଅଢ଼େଇ କୋଟିର ସଂପତି ଅର୍ଜନର ଇଡ଼ି ସତ ଖୋଳି ବାହାର କରିବ ବୋଲି କୁହାଯାଉଛି।୩ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ ନିଜର କୌଣସି ଆଖିଦୃଶିଆ ଆୟ ନଥାଇ ଠିଆ କରିଛନ୍ତି କୋଟି କୋଟି ଟଙ୍କା ମୂଲ୍ୟର ବିଶାଳ ଘର ସହିତ ଦାମୀ ଗାଡ଼ି, ଘୋଡା ଓ ଚାକଚକ୍ୟ ଜୀବନ। ସେମାନେ ଲ୍ୟାଣ୍ଡ ରୋଭରର ଭେଲାର୍ କାର୍ କିଣିବାକୁ ଯୋଜନା କରିଥିଲେ। ଯାହାର ଦାମ୍ ୮୩ ଲକ୍ଷ ଟଙ୍କା। ଏଥିପାଇଁ ୩୫ ଲକ୍ଷ ୧୧ ହଜାର ଟଙ୍କା ପୈଠ କରି ଏହି ଗାଡ଼ି ବୁକିଂ ବି କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବୁକିଂ କ୍ୟାନସଲ୍ କରିଦେଲେ।

 

Leave A Reply

Your email address will not be published.