ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଘଟଣାରେ ଏବେ ଇଡି ଖୋଳତାଡ କରୁଛି । ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କାର ସୋ’ରୁମର ମାଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ନୋଟିସ୍ ଆଧାରରେ ସୋ’ରୁମ୍ର ମାଲିକଙ୍କ ପୁଅ ଆଜି ଇଡି କାର୍ୟ୍ୟାଳୟରେ ହାଜର ହୋଇଛନ୍ତି। ଏଣ୍ଡେଭର କାର ପାଇଁ ତାଙ୍କୁ ନୋଟିସ ହୋଇଥିଲା। ଅର୍ଚ୍ଚନା ନାଗ ଡିଲରଙ୍କ ଠାରୁ ଏଣ୍ଡଭର ଗାଡି କିଣିଥିଲେ। ଏହି ଗାଡ଼ି କ୍ୟାସ ଆକାରରେ କିଣା ହୋଇଥିଲା। ଗାଡି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ପୂର୍ବରୁ ନୋଟିସ ହୋଇଥିଲା।
ଚର୍ଚ୍ଚା ହେଉଛି ଯେ, ଅଚ୍ଚର୍ନାଙ୍କୁ କେହି ଜଣେ ଦାମୀ ଏଣ୍ଡେଭର କାର ଉପହାର ଆକାରରେ ଦେଇଥିଲା। ଏହି ଦାମୀ କାରର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା। ଏହି ଗାଡ଼ିରେ ବସି ଅର୍ଚ୍ଚନା ତାଙ୍କ କଳା ସାମ୍ରାଜ୍ୟ ଚଳାଇଥିଲେ। ଏହି କାର ଭିତରେ ହିଁ ସେ ଅନେକ ଡିଲ୍ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେହି କାରକୁ ଏବେ ଖୋଜିବା ଆରମ୍ଭ କରିଛି। ଯଦି କୌଣସି ବ୍ୟକ୍ତି ଅର୍ଚ୍ଚନାଙ୍କ ଏହି କାରକୁ ଲୁଚାଇ ଥିବ, ତାଙ୍କ ବିରୋଧରେ ମଧ୍ୟ ଇଡି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ଆବଶ୍ୟକ ପଡ଼ିଲେ କାର ଲୁଚାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି।