ଭୁବନେଶ୍ୱର (ଆମ ଟିଭି): ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ମିଳିଛି ବଡ଼ ତଥ୍ୟ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ଦେଲା କମିଶନରେଟ୍ ପୋଲିସ । କମିଶନରେଟ ପୋଲିସ ତଥ୍ୟ ଦେବାରେ ଅବହେଳା କରୁଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲା ଇଡି । କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ହସ୍ତାନ୍ତର କରିଛି କମିଶନରେଟ ପୋଲିସ ।
ଖବର ଅନୁଯାୟୀ, ଅର୍ଚ୍ଚନାକୁ ଗିରଫ କରିବା ପରେ କମିଶନରେଟ ପୋଲିସ କାହାକୁ କାହାକୁ ପଚରାଉଚରା କରିଥିଲା , ଅର୍ଚ୍ଚନାଙ୍କ ଘରୁ କଣ ଜବତ ହୋଇଥିଲା, ସ୍ଥାବର ଅସ୍ଥାବର ସମ୍ପତ୍ତି କେତେ ପାଇଥିଲା । ଏସବୁର ତଥ୍ୟକୁ କମିଶନରେଟ ପୋଲିସ ଇ-ମେଲ ଦ୍ବାରା ଇଡିକୁ ଦେଇଛି । ସେପଟେ ସୋମବାର ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ କୋର୍ଟରେ ହାଜର ପାଇ ନିର୍ଦ୍ଦେଶ ଦିଆଯାଇଛି ।