ଚିଟଫଣ୍ଡ ଭଳି ନ ହେଉ ଅର୍ଚ୍ଚନା ନାଗ ପ୍ରସଙ୍ଗ: ନରସିଂହ ମିଶ୍ର

0

ଭୁବନେଶ୍ୱର (ଆମ ଟିଭି): ସବୁଠି ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ଏହାରି ଭିତରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ଜ୍ଝ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ଇଡି ତଦନ୍ତ ପରେ ପ୍ରମାଣିତ ହୋଇଛି ଯେ, ଓଡିଶା ପୁଲିସ ଦୋଷୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବରେ ଦାୟୀ । କାରଣ ଯାହାକୁ ପୁଲିସ ଛାଡ଼ି ଦେଇଥିଲେ, ଇଡି ତାକୁ ପୁଣି ଗିରଫ କେମିତି କଲା । କିଛି ତ ପ୍ରମାଣ ନିଶ୍ଚିତ ଭାବରେ ଥିଲା । ଏହା ବିଧାନସଭାରେ ଉଠିବ ଜ୍ଝ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହା ଉପରେ ଉତ୍ତର ଦିଅନ୍ତୁ । ତାଙ୍କର ଓଡିଶା ପୁଲିସ ଦୋଷୀକୁ ଧରି କେମିତି ଛାଡ଼ିଦେଲା । ଅନେକ ତଥ୍ୟ ତା ପାଖରୁ ବାହାରୁଛି ବୋଲି ଜଣାପଡ଼ିଛି । ତେଣୁ ଓଡିଶା ପୁଲିସ ସାମିଲ ହୋଇକି ଅଛି । ହୁଏତ ସରକାରୀ ଦଳର ହାତ ବାରିସି ସାଜି କାମ କରୁଛି ।

ଏ ବିଷୟ ଯିଏ ବିଧାନସଭାରେ ଉପସ୍ଥାପିତ କରିବ ନାହିଁ, ତାର ସମ୍ପୃକ୍ତି ଅଛି ବୋଲି ଧରାପଡ଼ିଯିବ । ଚିଟଫଣ୍ଡ ତଦନ୍ତ ଯେମିତି ହେଲା ଏହି କେସ ସେମିତି ନହେଉ । ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସୁଛି ଅଧିକାଂଶ ସରକାରୀ ଦଳର ସଦସ୍ୟ । ଓଡିଶାର ସରକାରୀ ଦଳ ଆଉ କେନ୍ଦ୍ରର ସରକାରୀ ଦଳ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ତାହେଲେ ଚୋର ଧରିବ କିଏ ? ଗୋଟିଏ ସିଲଭର ଲାଇନିଂ । ଯେଉଁ ଏସଆଇଟି ଗଠନ ହୋଇଛି । ଜଷ୍ଟିସ ପଶାୟତ ସେଥିରେ ଭାଇସ୍ ଚେୟାରମ୍ୟାନ ଅଛନ୍ତି । ସେ ମାମଲାକୁ ଗୁରୁତର ସହ ନେଇଛନ୍ତି ଏବଂ ଆୟକର ବିଭାଗକୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.