ଜେଲରେ ସାବିତ୍ରୀ ବ୍ରତ ପାଳନ କଲେ ଅର୍ଚ୍ଚନା ନାଗ

0

ଭୁବନେଶ୍ୱର (ଆମ ଟିଭି): ଜେଲ ଭିତରେ ସାବିତ୍ରୀ ବ୍ରତ ପାଳନ କଲେ ଅର୍ଚ୍ଚନା ନାଗ । ଝାରପଡା ଜେଲରେ ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା ନାଗ । ମୋଟ୍ ୨୩ ଜଣ ଅନ୍ତେବାସୀ ସାବିତ୍ରୀ ପୂଜା ପାଳନ କରିଛନ୍ତି । ସେମାନଙ୍କୁ ଜେଲ୍ ବିଭାଗ ପକ୍ଷରୁ ଶାଢୀ, ଶଙ୍ଖା ସିନ୍ଦୂର, ଫଳ ମୂଳ ଭୋଗ ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଏଥିସହ ଜେଲରେ ପୂଜାସାରିବା ପରେ ସ୍ୱାମୀଙ୍କ ସହ ସାକ୍ଷାତ ହୋଇଥିଲା । ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି ।

ଆଜି ପବିତ୍ର ସାବାତ୍ରୀ ବ୍ରତରେ ଚାଲିଆଡେ ସଧବା ମହିଳାମାନେ ମନ୍ଦିର ଯାଇ ସ୍ୱାମୀଙ୍କ ଦିର୍ଘାୟୁ କାମନା କରୁଛନ୍ତି ଆଉ ଏହାରି ମଧ୍ୟରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଥିବା ଘଟଣା ସାମ୍ନାକୁ ଆସିଛି ।

Leave A Reply

Your email address will not be published.