ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ନିଜର କଳା ସାମ୍ରାଜ୍ୟ ଚଲାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଜେଲର ଚାରି କାନ୍ଥ ଭିତରେ । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ ଆଜି କୋର୍ଟରେ ହାଜର ହେବେ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇବ କମିଶନରେଟ ପୁଲିସ ।
ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ଶୁଣାଣି ହେବାର ଅଛି । କିନ୍ତୁ ସୁରକ୍ଷାର ଆଳ ଦେଖାଇ ଅର୍ଚ୍ଚନାକୁ କୋର୍ଟ ନନେଇ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପୁଲିସ ହାଜର କରିବା ନେଇ ସୂଚନା ମିଳିଛି । ତେବେ ଦେଖାଯାଉ ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି କି ନାହିଁ ।