ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁକୁ ଉଠାଇନେଲା ପୋଲିସ

0

ଭୁବନେଶ୍ବର(ଆମ ଟିଭି): ସବୁଠି ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ଏହାରି ଭିତରେ ଏକ ବଡ଼ ଖବର ଆସି ପହଞ୍ଚୁଛି, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀକୁ ଉଠାଇ ନେଲା ପୁଲିସ। ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ଉଠାଇ ନେଲା କମିଶନରେଟ ପୁଲିସ। କମିଶନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଗବନ୍ଧୁକୁ ତାଙ୍କ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ତାଙ୍କ ସ୍ବାମୀ ଜଗବନ୍ଧୁକୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଥିବା ଜଣାପଡ଼ିଛି।

ଜଗବନ୍ଧୁ ନିଜ ସତ୍ୟବିହାରସ୍ଥିତ ଘରେ ଥିବା ବେଳେ କମିଶନରେଟ ପୁଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଆଜି ସକାଳୁ ତାଙ୍କୁ ସେଠାରୁ ଉଠାଇ ନେଇ ଏକ ଗୁପ୍ତ ସ୍ଥାନରେ ରଖିଛି। ସେଠାରେ ତାଙ୍କୁ କିଛି ଉଚ୍ଚପଦସ୍ତ ଅଧିକାରୀ ପଚରାଉଚରା କରୁଥିବା ଜଣାଯାଇଛି । ଅର୍ଚ୍ଚନାର କଳା କାରନାମା ତଥା ଏତେ ବଡ଼ ସାମ୍ରାଜ୍ୟ ପଛରେ ଜଗବନ୍ଧୁର ଭୂମିକାକୁ ନେଇ ଏବେ ପୁଲିସ ପକ୍ଷରୁ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଜଣାଯାଇଛି। ତାଙ୍କୁ ଏବେ ଅଟକ ରଖାଯାଇଥିବା ପୁଲିସ୍ ତରଫରୁ ସ୍ପଷ୍ଟ କରାଯାଇଛି।
ହନିଟ୍ରାପ, ସେକ୍ସ ସ୍କାଣ୍ଡାଲ୍ ଓ ବ୍ଲାକମେଲିଂ ଆଦିରେ ନିଜକୁ ଲିପ୍ତ ରଖି ଅଳ୍ପ କିଛି ବର୍ଷରେ କୋଟି କୋଟିର ଟଙ୍କା ସମ୍ପତ୍ତିର ମାଲିକାଣୀ ହୋଇ ପାରିଥିଲା ଅର୍ଚ୍ଚନା। ସେ ସତ୍ୟବିହାରସ୍ଥିତ ଆଲିଶାନ ବଙ୍ଗଳାରେ ନିଜ ସ୍ୱାମୀଙ୍କ ସହ ରହୁଥିଲା। ଅର୍ଚ୍ଚନାଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ପୀଡ଼ିତାଜଣକ ନିଜ ଅଭିଯୋଗପତ୍ରରେ ଜଗବନ୍ଧୁ ଓ ଖଗେଶ୍ୱରଙ୍କ ନାମ ଉଲ୍ଲେଖ କରିଥିଲେ। ହେଲେ ପୁଲିସ୍ କେବଳ ଥରେ ଜଗବନ୍ଧୁଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା।

 

Leave A Reply

Your email address will not be published.