ଅର୍ଚ୍ଚନା ମୋ ଘରେ ଭଡ଼ା ରହି ମୋତେ ବ୍ଲାକମେଲ କରୁଥିଲା: ପ୍ରମୋଦ

0

ଭୁବନେଶ୍ୱର (ଆମ ଟିଭି): ସବୁଠି ଏବେ ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାକୁ ନେଇ ଚର୍ଚ୍ଚା । ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଇଡି ବର୍ତ୍ତମାନ ଖୋଳତାଡ଼ କରୁଛି । ଏହାରି ଭିତରେ ଇଡି ହାତରେ ଲାଗିଛି ଆଉ ଏକ ବଡ଼ ସୁରାକ । ‘ଅର୍ଚ୍ଚନା ନାଗ ମୋ ଘରେ ଭଡ଼ାରେ ରହୁଥିଲା। ସେ ମୋତେ ବ୍ଲାକମେଲ୍ କରୁଥିଲା।’ ଆଜି ଇଡିରେ ହାଜର ହେଲା ବେଳେ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି ଅଫିସରୁ ଫେରିବା ପରେ ଗଣମାଧ୍ୟମ ଆଗରେ ସବୁ କଥା କହିବେ ବୋଲି ମଧ୍ୟ ପ୍ରମୋଦ କହିଛନ୍ତି।

ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। ଅର୍ଚ୍ଚନା ଉପର ମହଲାରେ ରହୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ଅର୍ଚ୍ଚନା ଘର ଭଡ଼ା ଠିକ୍ ସମୟରେ ଦେଉନଥିବାରୁ ପ୍ରମୋଦଙ୍କର ସହ ତାଙ୍କର ଝଗଡ଼ା ହୋଇଥିଲା। ପ୍ରମୋଦ ଅସଦାଚରଣ କରିଥିବା ନେଇ ଅର୍ଚ୍ଚନା ଥାନାରେ ଅଭିଯୋଗ କରିଥିଲେ। ପ୍ରମୋଦ ମଧ୍ୟ ତାଙ୍କ ବିରୋଧର ଘର ଭଡ଼ାକୁ ନେଇ ପାଲଟା ଅଭିଯୋଗ କରିଥିଲା। ପ୍ରମୋଦଙ୍କ ଘରେ ରହିବା ସମୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ଚିହ୍ନିଥିଲେ। ସ୍ୱାମୀ ଜଗବନ୍ଧୁଙ୍କ ସହ ମିଶି ଶ୍ରଦ୍ଧାଞ୍ଜଳିଙ୍କ ନଗ୍ନ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିଥିଲେ ଓ ନିଜ କଳା କଳାସାମ୍ରାଜ୍ୟ ଆଗକୁ ବଢ଼ାଇଥିଲେ। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ ଇଡି ପ୍ରମୋଦକୁଙ୍କ ସମନ କରିଥିଲା। ଆଜି ସେ ଇଡିରେ ହାଜର ହୋଇଛନ୍ତି। ଅର୍ଚ୍ଚନା ତାଙ୍କୁ କାହିଁକି ବ୍ଲାକ୍ମେଲ କରୁଥିଲା, ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ସହିତ ତାଙ୍କର କ’ଣ ସମ୍ପର୍କ ରହିଛି, ଇଡି ଏହାର ଖୋଳତାଡ଼ କରିବ।

Leave A Reply

Your email address will not be published.