ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା

0

ଭୁବନେଶ୍ୱର (ଆମ ଟିଭି): ସବୁଠି ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ଚିନ୍ତା । ଏହାରି ଭିତରେ ଆଜି କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଗତକାଲି ଶେଷ ହୋଇଛି ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ ଅବଧି । ଆଜି କୋର୍ଟରେ ହାଜର କରି ପୁଣିଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଇଡି ।

ସେହିିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ଇଡି । ସେପଟେ ଖଣ୍ଡଗିରି ଥାନାରେ ଦାୟର ମାମଲା ଅନୁଯାୟୀ ଗିରଫଦାରୀ ଆଶଙ୍କା କରି ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଗବନ୍ଧୁ ଚାନ୍ଦ । ପୂର୍ବରୁ ଏହି କେସରେ ଜିଲ୍ଲା ଦୌରାଜଜ୍ ଜଗବନ୍ଧୁଙ୍କ ଜାମିନ ଖାରଜ କରିଥିଲେ ।

Leave A Reply

Your email address will not be published.