ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ୍

0

ଭୁବନେଶ୍ୱର (ଆମ ଟିଭି): ରାଜଧାନୀରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳାକାରନାମାର ଗୁମର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଏହାରି ଭିତରେ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ କଲେ କୋର୍ଟ। ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି। ଗତ ଶୁକ୍ରବାର ଦିନ ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ।

ଅକ୍ଟୋବର ୧୪ରେ ହାଇକୋର୍ଟରେ ପହଞ୍ଚିଛି ଅର୍ଚ୍ଚନା ନାଗ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ପହଞ୍ଚିଥିବା ବେଳେ କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ଡିଜିପି ଏବଂ ଭୁବନେଶ୍ୱରର ଦୁଇ ଥାନାର ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ହେଲେ ବର୍ତ୍ତମାନ ଅର୍ଚ୍ଚନାଙ୍କୁ ପୁଲିସ ଜେରା କରିବା ନେଇ ଜଣାପଡ଼ିଛି ।

Leave A Reply

Your email address will not be published.