ପାଣି କମ୍ ପିଉଛନ୍ତି କି? ଏହି ଲକ୍ଷଣ ଦେଖିଲେ ହୁଅନ୍ତୁ ସତର୍କ

0

ଆମ ଶରୀରର ପ୍ରାୟ ୭୦% ଅଂଶ ଜଳ ଦ୍ୱାରା ଗଠିତ। ପାଣି କେବଳ ତ୍ରୁଷ୍ଣା ଶାନ୍ତ କରେ ନୁହେଁ, ଏହା ଶରୀରର ପଚନ, ରକ୍ତ ସଞ୍ଚାଳନ, ତାପମାତ୍ରା ନିୟନ୍ତ୍ରଣ, ବିଷାକ୍ତ ପଦାର୍ଥ ବାହାର କରିବା ଭଳି ଅନେକ ଜରୁରୀ କାମରେ ମଧ୍ୟ ସହାୟକ ହୋଇଥାଏ।କିନ୍ତୁ ଯଦି ଆପଣ ପର୍ଯ୍ୟାପ୍ତ ପାଣି ପିଉନାହାଁନ୍ତି, ତେବେ ଶରୀରରେ ଅନେକ ସମସ୍ୟା ଦେଖାଦେଇପାରେ।ଆସନ୍ତୁ ଜାଣିବା କେଉଁ ଲକ୍ଷଣ ପ୍ରକାଶ ପାଇଥାଏ ।

କେଶ ଝଡ଼ିବା:
ବହୁତ କମ୍ ପରିମାଣରେ ପାଣି ପିଇବା ଦ୍ବାରା ଏହାର ପ୍ରଭାବ ଆପଣଙ୍କ କେଶ ଉପରେ ପଡ଼ିଥାଏ । ଆପଣଙ୍କ କେଶ ମୂଳ ଶୁଷ୍କ ହେବା ସହିତ କେଶ ଦୁର୍ବଳ ହୋଇପଡ଼େ ଏବଂ ଝଡ଼ିବାକୁ ଲାଗେ । ଯଦି ଆପଣ ବହୁ ଦିନ ଧରି ଏପରି ସମସ୍ୟାରେ ପୀଡ଼ିତ ତେବେ ଜାଣି ନିୟନ୍ତୁ ଆପଣ କମ୍ ପରିମାଣର ପାଣି ପିଉଛନ୍ତି ।

ନିଶ୍ବାସରେ ଦୁର୍ଗନ୍ଧ:
ଆପଣ ପ୍ରତିଦିନ ବ୍ରଶ କରିସାରିବା ପରେ ମଧ୍ୟ ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସୁଛି ତେବେ ସତର୍କ ହୋଇଯାଆନ୍ତୁ । ହୀରା ମେହେଟ୍ଟା କହିଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତି ନାହିଁ, ସେମାନଙ୍କ ମୁହଁ ଶୁଖିଯାଏ ଏବଂ ଲାଳ ଉତ୍ପାଦନ ପ୍ରକ୍ରିୟାରେ ବ୍ୟାକ୍ଟେରିଆ ବଢିଥାନ୍ତି । ଯେଉଁପାଇଁ ବ୍ରଶ କରିବା ପରେ ମଧ୍ୟ ନିଶ୍ବାସରୁ ଦୁର୍ଗନ୍ଧ ଆସିଥାଏ ।

ହୃଦୟ ସମ୍ବନ୍ଧୀୟ ରୋଗର ସମ୍ଭାବନା:
ହୀରା ମେହେଟ୍ଟା ଆହୁରି କହିଛନ୍ତି ଯେ, ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଜଳୀୟଅଂଶ ନ ରହିଲେ ରକ୍ତ ଜମାଟ ବାନ୍ଧିଥାଏ । ଯାହା ଫଳରେ ଶରୀରରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ । ଏହା ଫଳରେ ହୃଦୟ ସମ୍ବନ୍ଧୀତ ସମସ୍ୟା ଦେଖା ଦେଇଥାଏ । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇଲେ ଏହା ଶରୀରରୁ ଝାଳ ଓ ମୁତ୍ର ମାଧ୍ୟମରେ ବିଷାକ୍ତ ପଦାର୍ଥ ବାହାର କରିଥାଏ ।

ଅଧିକ ହାଲିଆ ଲାଗିବା:
ପର୍ଯ୍ୟାପ୍ତ ମାତ୍ରାରେ ପାଣ ପିଇଲେ ଶରୀରର ସମସ୍ତ କ୍ରିୟା ସନ୍ତୁଳିତ ରହିଥାଏ । କମ୍ ପରିମାରେ ପାଣି ପିଇଲେ ଏହି ପ୍ରକ୍ରିୟା ଅସନ୍ତୁଳିତ ହେବା ଯୋଗୁଁ ବାରମ୍ବାର ଥକ୍କା ଲାଗିଥାଏ ।

ପ୍ରତିଦିନ କେତେ ପାଣି ପିଇବା ଆବଶ୍ୟକ?

ପ୍ରତିଦିନ ଆପଣଙ୍କ ଶରୀରକୁ ପାଣିର ଆବଶ୍ୟକତା ଆପଣଙ୍କ ଶରୀରର ଓଜନ, ଋତୁ ଓ ଶାରୀରିକ ଗତି ବିଧି ଉପରେ ନିର୍ଭର କରେ । ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ ଆପଣଙ୍କୁ ପ୍ରତ୍ୟହ 2.5ରୁ 3 ଲିଟର ପାଣି ପ୍ରତିଦିନ ପିଇବା ଆବଶ୍ୟକ ଅଟେ । ଏହା ଛଡ଼ା ନିଜର ଖାଦ୍ୟରେ ପାଣିଯୁକ୍ତ ଫଳ ପରିବାକୁ ସାମିଲ କରିବା ପାଇଁ ବିଶେଷଜ୍ଞ ମତ ଦେଇଛନ୍ତି । ଏହା ସହିତ ଉପରେ ଦିଆଯାଇଥିବା ଲକ୍ଷଣ ଯଦି ଆପଣ ନିଜ ଠାରେ ଦେଖୁଛନ୍ତି, ତେବେ ସତର୍କ ରହିବାକୁ ବିଶେଷଜ୍ଞ ନିର୍ଦ୍ଦେଶ ଦେଇଛନ୍ତି ।

ପାଣି ହେଉଛି ସ୍ୱାସ୍ଥ୍ୟର ମୂଳ ଆଧାର” — ଏହାକୁ ଅଣଦେଖା କରନ୍ତୁ ନାହିଁ।

Leave A Reply

Your email address will not be published.