ଆପଣ ହଠାତ୍ ରାଗି ଯାଉଛନ୍ତି କି?ଆପଣଙ୍କ ରାଗ ହିଁ ଆପଣଙ୍କ ଉପରେ ପଡ଼ିପାରେ ଭାରି, କିପରି କରିବେ ନିୟନ୍ତ୍ରଣ

0

କଥାରେ ଅଛି ‘ରାଗ ବ୍ରହ୍ମ ଚଣ୍ଡାଳ’ । ରାଗିଥିବା ଲୋକ ଠିକ୍ ଭୁଲର ବିଚାର କରିପାରିନଥାନ୍ତି । ସେହି ସମୟରେ କାହାକୁ ବା କଣ କହି ଦିଅନ୍ତି ତାହା ଜାଣିପାରନ୍ତି ନାହିଁ। କଥା କଥାରେ ରାଗିଯିବା ଅନେକ ସମସ୍ୟାର କାରଣ ହୋଇଥାଏ । କ୍ରୋଧ ଯେ କେବଳ ମାନସିକ ଶାନ୍ତି ଖରାପ କରେ ତାହା ନୁହେଁ ସମ୍ପର୍କ ମଧ୍ୟ ବିଗାଡିଥାଏ । ରାଗିବା ଅନେକ ରୋଗର କାରଣ ମଧ୍ୟ ହୋଇଥାଏ । ତେବେ ଆପଣ ଟିକେ ଟିକେ କଥାରେ ଚିଡି ଯାଉଛନ୍ତି କି ? ଯଦି ଆପଣଙ୍କ ଉତ୍ତର ହଁ ତେବେ ସତର୍କ ରୁହନ୍ତୁ । ରାଗକୁ ନିୟନ୍ତ୍ରଣ କରନ୍ତୁ । ରାଗ ରୋକିବାକୁ କଣ ଉପାୟ ଆପଣେଇବେ ଜାଣନ୍ତୁ ଏହି ରିପୋର୍ଟରେ ।

ରାଗର ଲକ୍ଷଣ

ମୁଠା ଶକ୍ତ ହୋଇଯାଏ

ମୁହଁ ଲାଲ୍‌ ହେବାକୁ ଲାଗେ

ଶ୍ୱାସ ପ୍ରଶ୍ୱାସ ଦ୍ରୁତ ହୋଇଯାଏ

ମୁଣ୍ଡ ବିନ୍ଧା ହେବାକୁ ଲାଗେ

ହୃଦସ୍ପନ୍ଦନ ବଢ଼ିଯାଏ

କାନ୍ଧ ଶକ୍ତ ହୋଇଯାଏ

କେମିତି କରିବେ ରାଗକୁ ନିୟନ୍ତ୍ରଣ?

ସାଧାରଣ ଭୋଜନ କରନ୍ତୁ: ଶରୀରର ଯେ କୌଣସି ସମସ୍ୟାର ଆରମ୍ଭ ଆପଣଙ୍କର ଖାଦ୍ୟପେୟ ଉପରେ ନିର୍ଭର କରିଥାଏ। ଅଧିକ ମସାଲାଯୁକ୍ତ ଖାଦ୍ୟ ଆମ ଶରୀର ପାଇଁ କ୍ଷତିକାରକ। ତେବେ ଏହା ଦ୍ଵାରା ଶରୀରରେ ଅଧିକ ଉତ୍ତେଜନା ସୃଷ୍ଟି ହୋଇଥାଏ। ଯାହା ଫଳରେ କ୍ରୋଧର ଆଶଙ୍କା ଅଧିକ ହୋଇଯାଏ। ସେମାନଙ୍କୁ ଅଧିକାଂଶ ସମୟରେ ବିନା ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍।

ବ୍ୟାୟାମ କରନ୍ତୁ : ଯଦି ଆପଣ ବାରମ୍ବାର କ୍ରୋଧ କରୁଛନ୍ତି। ତେବେ କ୍ରୋଧ ସମ୍ପର୍କିତ ରାସାୟନିକର ମାତ୍ରା ଆପଣଙ୍କ ଶରୀରରେ ବଢ଼ି ଚାଲେ। ବିଶେଷଜ୍ଞଙ୍କ ଅନୁସାରେ ଏହାକୁ ଆପଣଙ୍କ ଶରୀରରୁ ବାହାରକୁ ବାହାର କରିବାର ସବୁଠାରୁ ଭଲ ଉପାୟ ହେଲା ବ୍ୟାୟାମ। ଏଥିପାଇଁ ବ୍ୟାୟାମ ପାଇଁ ସମୟ ବାହାର କରନ୍ତୁ। ଯଦି ଆପଣ ସକାଳ ସମୟ ବାହାର କରିପାରୁଛନ୍ତି, ତେବେ ଖୁବ୍‌ ଭଲ କଥା। ଏହି ସମୟରେ ଆପଣ ଦ୍ରୁତ ଗତିରେ ଚଲା ବୁଲା କରନ୍ତୁ।

ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତୁ: ମାନସିକ ଦୁଶ୍ଚିନ୍ତା ବା ବ୍ୟତିବ୍ୟସ୍ତତା ଅଧିକ ବଢ଼ିଗଲେ ବି କ୍ରୋଧ ଆସିଥାଏ। ମାନସିକ ଅବସାଦ ଦୂର କରିବାର ସବୁଠାରୁ ଭଲ ଉପାୟ ହେଲା ଭଲ ନିଦରେ ଶୋଇବା। ଏଥିପାଇଁ ପୁରା ସମୟ ଶୁଅନ୍ତୁ।

ନିଶା ଦ୍ରବ୍ୟ ସେବନ ବନ୍ଦ କରନ୍ତୁ : ଯଦି ଆପଣଙ୍କୁ କ୍ରୋଧ ଆସୁଛି ଆପଣ ନିଶା ଦ୍ରବ୍ୟ ସେବନ କରନ୍ତ। ତେବେ ଏହାର ସେବନ ବନ୍ଦ କରି ଦିଅନ୍ତୁ। ନିଶାଦ୍ରବ୍ୟ ସେବନ ମସ୍ତିଷ୍କକୁ ଉତ୍ତେଜିତ କରିଦିଏ।

ଭ୍ରମଣ କରନ୍ତୁ :କୌଣସି ସ୍ଥାନକୁ ବୁଲିଯିବା କେବଳ ପିଲାମାନଙ୍କ ପାଇଁ ନୁହେଁ । ନିଜକୁ ବ୍ରେକ ଦିଅନ୍ତୁ । କୌଣସି ସ୍ଥାନକୁ ବୁଲି ଯିବାକୁ ପ୍ଲାନ କରନ୍ତୁ ଯାହା ଆପଣଙ୍କୁ ମାନସିକ ଶାନ୍ତି ଦେବ ।

Leave A Reply

Your email address will not be published.