ସୁରକ୍ଷିତ ଭାବେ ଏକାକୀ ବୁଲିବା ପାଇଁ ଭାବୁଛନ୍ତି କି ? ଏପରି କରନ୍ତୁ ପ୍ଲାନିଂ

0

ବର୍ତ୍ତମାନ ଯୁଗରେ ମହିଳା ଓ ଝିଅମାନେ ଖୁବ ଆତ୍ମନିର୍ଭରଶୀଳ। ସେମାନେ ନିଜ ନିଷ୍ପତ୍ତି ନିଜେ ନେଇ ସ୍ୱପ୍ନକୁ ସାକାର କରୁଛନ୍ତି। ଏବେ ଏକାକୀ ଭ୍ରମଣ (Solo Travel) କରିବାର ରୁଚି ମହିଳାମାନଙ୍କ ମଧ୍ୟରେ ବହୁତ ବଢ଼ିଛି। ତେବେ ସୋଲୋ ଟ୍ରିପ୍ ଯେତେକି ରୋମାଞ୍ଚକର, ସେତେକି ସୁରକ୍ଷାଜନକ ପ୍ରସ୍ତୁତି ମଧ୍ୟ ଆବଶ୍ୟକ। ଯଦି ଆପଣ ଏକାକୀ ଭ୍ରମଣ ପାଇଁ ପ୍ଲାନ କରୁଛନ୍ତି, ତେବେ ଜାଣି ରଖନ୍ତୁ ଏସବୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ

୧. ଆଗୁଆ ଯୋଜନା କରନ୍ତୁ
:-ଯେଉଁ ସ୍ଥାନକୁ ଯିବେ, ସେଥିର ସଠିକ ତଥ୍ୟ ଆଗରୁ ସଂଗ୍ରହ କରନ୍ତୁ।
:-ଅନଲାଇନ୍ ରିଭ୍ୟୁ, ବ୍ଲଗ୍ ଓ ଭିଡିଓ ଦେଖି ସେଠାର ସୁରକ୍ଷା ପରିସ୍ଥିତି ଜାଣନ୍ତୁ।
:-ଗୁଗୁଲ୍ ମ୍ୟାପ୍ ବା ଅନ୍ୟାନ୍ୟ ଅଫଲାଇନ୍ ମ୍ୟାପ୍ ଡାଉନଲୋଡ୍ କରି ରଖନ୍ତୁ।
:-ଇଣ୍ଟରନେଟ୍ ସୁବିଧା ନଥିଲେ ପାଇଁ ମ୍ୟାପ୍ ପ୍ରିଣ୍ଟ କରି ରଖିବା ଭଲ।
:-ସ୍ଥାନୀୟ ପୋଲିସ୍ ଷ୍ଟେସନ୍, ହସ୍ପିଟାଲ୍ ଓ ଜରୁରୀକାଳୀନ ନମ୍ବର ଲେଖି ରଖନ୍ତୁ।

୨. ସୁରକ୍ଷିତ ରହଣିସ୍ଥଳ ବାଛନ୍ତୁ
:-ଚେଷ୍ଟା କରନ୍ତୁ ସୂର୍ଯ୍ୟାସ୍ତ ପୂର୍ବରୁ ନିଜ ହୋଟେଲ୍ ବା ହଷ୍ଟେଲ୍ ପହଞ୍ଚିବାକୁ।
:-ଭଲ ରେଟିଂ ଥିବା ହୋଟେଲ୍ ବାଛନ୍ତୁ।
:-ଆପଣ କେଉଁଠି ଅଛନ୍ତି ସେଥିର ସୂଚନା ଘରଲୋକ ବା ନିକଟତମ ବନ୍ଧୁଙ୍କୁ ଦିଅନ୍ତୁ।
:-ଲାଇଭ୍ ଲୋକେସନ୍, କ୍ୟାବ୍ ଡ୍ରାଇଭରଙ୍କ ତଥ୍ୟ ଆଦି ସେୟାର କରିବା ଭଲ ଅଭ୍ୟାସ।

୩. ଅଜଣା ବ୍ୟକ୍ତିଙ୍କୁ ସାବଧାନ ରୁହନ୍ତୁ
:-ନୂଆ ଲୋକଙ୍କ ସହିତ ମିଶିବା ସୁଯୋଗ ମିଳିବ, କିନ୍ତୁ ସତର୍କ ରୁହନ୍ତୁ।
:-ଯଦି କୌଣସି ପରିସ୍ଥିତି ଅସହଜ ଲାଗେ, ସେଠାରୁ ତୁରନ୍ତ ଦୂରେଇଯାଆନ୍ତୁ।
:-ଅଜଣା ବ୍ୟକ୍ତିଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ, ହୋଟେଲ୍ ନାମ ବା ଯାତ୍ରା ଯୋଜନା କୁହନ୍ତୁ ନାହିଁ।

୪. ବ୍ୟାଗରେ ଆବଶ୍ୟକ ସାମଗ୍ରୀ ରଖନ୍ତୁ
ସୋଲୋ ଟ୍ରିପ୍ ସମୟରେ ଜରୁରୀକାଳୀନ ଆଲାର୍ମ,ପେପର୍ ସ୍ପ୍ରେ,ପାୱାରବ୍ୟାଙ୍କ,ପାଣି ବୋତଲ
ଜରୁରୀକାଳୀନ ଔଷଧ,ସାନିଟାରୀ ପ୍ୟାଡ଼/ନାପକିନ୍,ହାଲୁକା ଓ ସୁବିଧାଜନକ ପୋଷାକ,କିଛି ପରିମାଣର କ୍ୟାସ୍

୫. ଡିଜିଟାଲ୍ ଓ ଆର୍ଥିକ ସୁରକ୍ଷା
:-ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ପେମେଣ୍ଟ୍ ଉପରେ ନିର୍ଭର କରନ୍ତୁ ନାହିଁ।
:-ATM କାର୍ଡ ସହିତ କିଛି ନଗଦ ଟଙ୍କା ରଖନ୍ତୁ।
:-ଯାତ୍ରା ସମୟରେ ନିଜର ଫୋନ୍ ଓ ବ୍ୟାଗ ପ୍ରତି ସତର୍କ ରୁହନ୍ତୁ।
:-ପବ୍ଲିକ୍ ଟ୍ରାନ୍ସପୋର୍ଟ (ବସ୍, ଟ୍ରେନ୍) ବ୍ୟବହାର କଲେ ନିଜ ସାମଗ୍ରୀ ଉପରେ ନଜର ରଖନ୍ତୁ।

୬. ସୋଲୋ ଟ୍ରାଭେଲର ଲାଭ
ନିଜେ ନିଷ୍ପତ୍ତି ନେବାର ଆତ୍ମବିଶ୍ୱାସ ବଢ଼େ।ନୂଆ ସଂସ୍କୃତି ଓ ପରିବେଶ ବିଷୟରେ ଜ୍ଞାନ ବଢ଼େ।ସମସ୍ୟା ସମାଧାନ କ୍ଷମତା ଓ ଦୃଢତା ବୃଦ୍ଧି ପାଏ।ନିଜକୁ ଆଉ ଭଲଭାବେ ବୁଝିବାର ସୁଯୋଗ ମିଳେ।

Leave A Reply

Your email address will not be published.