ଅଧିକ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ*

0

ଲିପଷ୍ଟିକ ଝିଅଙ୍କର ଏକ ମନପସନ୍ଦ ଜିନିଷ । ସବୁବେଳେ ଏହାକୁ ଲଗାଇବା ଝିଅମାନଙ୍କର ଗୋଟେ ଅଭ୍ୟାସ । ମେକଅପ କର ବା ନକର ହେଲେ ଓଠରେ ଲିପଷ୍ଟିକ ନିହାତି ଲାଗିଥିବ । କିନ୍ତୁ ଆପଣ ଜାଣନ୍ତି କି, ସବୁବେଳେ ଲିପଷ୍ଟିକ ଲଗାଇବା ସ୍ୱାସ୍ଥ୍ୟପକ୍ଷେ ଠିକ ନା ଭୁଲ ।
ବୋଧହୁଏ ଆପଣ ଜାଣି ନଥିବେ ଲିପଷ୍ଟିକରେ ସୀସାର ବ୍ୟବହାର ହୋଇଥାଏ, ଯାହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ଏଥଯୋଗୁଁ ଆପଣଙ୍କ ମୁଲାୟମ ଓଠ ଶୁଖିଲା ବି ହୋଇଯାଇପାରେ । ଲିପଷ୍ଟିକ ତିଆରିବେଳେ ବ୍ୟବହୃତ ହେଉଥିବା କେମିକାଲ କର୍କଟ ପରି ମାରାତ୍ମକ ରୋଗର ଆଶଙ୍କା ଉପୁଜାଇଥାଏ ।

*କର୍କଟ ରୋଗର ଆଶଙ୍କା*

ଲିପଷ୍ଟିକରେ ବହୁତ ମାତ୍ରାରେ ସୀସାର ବ୍ୟହାର ହେୁଥିବା ଯୋଗୁଁ ଏଥିରେ କ୍ୟାନସର ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହଁ ଲିପଷ୍ଟିକ ଶରୀର ଭିତରକୁ ଯାଇ ରୋଗପ୍ରତିରୋଧକ ଶକ୍ତିକୁ କମ କରିଦିଏ ।

*ବୃକକ ଜନିତ ରୋଗ*

ଲିପଷ୍ଟିକ ତିଆରି ବେଳେ ସୀସା, କ୍ୟାଡମିୟକ, କ୍ରୋମିୟମ, ଓ ଆଲୁମିନିୟମ ପରି ଧାତୁର ବ୍ୟହାର କରାଯାଏ, ଯାହ ଭୟଙ୍କର ରୋଗ ପାଇଁ ଦାୟୀ ଅଟେ । ବେବଳ ଏତିକି ନୁହେଁ ଲିପଷ୍ଟିକ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ପୁରା ଖରାପ କରିଦେବାର ମଧ୍ୟ ସମ୍ଭାବନା ଥାଏ । ଏଥିରେ ଅଧିକ ମାତ୍ରାରେ କ୍ୟାଡମିୟମ ଥିବା ଯୋଗୁଁ ବୃକକ ଉପରେ ଅଧିକ କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ ।

*ତ୍ୱଚା ପାଇଁ କ୍ଷତିକାରକ*

ଲିପଷ୍ଟିକ ବ୍ୟହାର କରିବା ଦ୍ୱାରା ଏଥିରେଥ ଥିବା କେମିକାଲ ଆପଣଙ୍କ ତ୍ୱାଚାକୁ କ୍ଷତି ପହଞ୍ଚାଇଥାଏ । ଏଥିରେ ବ୍ୟହୃତ ହୋଇଥିବା ମିନେରାଲ ତେଲ ତ୍ୱଚାର ଛିଦ୍ରକୁ ବନ୍ଦ କରିଦିଏ ।

*ସ୍ନାୟୁତନ୍ତ୍ରରେ ପ୍ରଭାବ ପକାଏ*

ଲିପଷ୍ଟିକରେ ଭାରି ମାତ୍ରାରେ ମାଗ୍ନେସିୟମ ଥାଏ, ଯାହା ଶରୀରର ଭିତରକୁ ଚାଲିଯାଏ । ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର କରିବା ଯୋଗୁଁ ଅଧିକ ମାତ୍ରାରେ ମାଗେନ୍ସିୟମ ଶରୀର ଭିତରକୁ ଚାଲିଯାଏ ଯାହା ସ୍ନାୟବିକ ପ୍ରକିାରେ ପ୍ରଭାବ ପକାଏ ।

Leave A Reply

Your email address will not be published.