ହାଇ ହିଲ୍ସ ପିନ୍ଧୁଛନ୍ତି କି? ସାବଧାନ! ବଢିପାରେ ଏହି ସମସ୍ୟା

0

ମହିଳାମାନେ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ହାଇ ହିଲ୍ସ ପିନ୍ଧିଥାନ୍ତି। ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ଏବଂ ଆକର୍ଷଣୀୟ ହାଇ ହିଲ୍ସ ମିଳିଥାଏ। ପ୍ରାୟ ସବୁ ମହିଳାଙ୍କୁ ଏହା ପସନ୍ଦ ଆସିଥାଏ। ଟିକେ ଗେଡ଼ାଥିବା ମହିଳାମାନେ ସବୁବେଳେ ହିଲ୍ସ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କାରଣ ହିଲ୍ସ ପିନ୍ଧିଲେ ସେମାନେ ଡେଙ୍ଗା ଦେଖାଯିବା ସହ ସୁନ୍ଦର ମଧ୍ୟ ଦେଖାଯାଇଥାନ୍ତି। ଯେ କୌଣସି ପାର୍ଟି ହେଉ ବା କେଉଁଆଡ଼େ ବୁଲି ଗଲେ, ଆପଣ ହିଲ୍ସ ପିନ୍ଧି ହିଁ ଯାଇଥାନ୍ତି।

କିନ୍ତୁ ଆପଣ ଜାଣିଛନ୍ତି କି, ଏହି ହିଲ୍ସ ପିନ୍ଧିବା ଯୋଗୁ ଆମର ପୂରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାକୁ ପିନ୍ଧିଲେ ଆମେ ସୁନ୍ଦର ତ ଦେଖାଯାଇଥାଉ। କିନ୍ତୁ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ହିଲ୍ସ ପିନ୍ଧିବା ଦ୍ୱାରା ଆମର କ’ଣ ସବୁ କ୍ଷତି ହୋଇଥାଏ ପଢ଼ନ୍ତୁ।

ଶରୀରର ଓଜନ ପାଦର ଅଗ୍ର ଭାଗ ଉଠାଇଥାଏ:ଆମେ ଯେତେବଳେ ଫ୍ଲାଟ୍‌ ଜୋତା ପିନ୍ଧିଥାଉ ସେତେବେଳେ ଆମ ଦେହର ପୂରା ଓଜନକୁ ପାଦ ସହଜରେ ଉଠାଇ ନେଇଥାଏ। ହାଇ ହିଲ୍ସ ପିନ୍ଧିବା ଯୋଗୁ ପୁରା ଶରୀରର ଓଜନ ଆମ ପାଦର ଅଗ୍ରଭାଗକୁ ଚାଲିଆସିଥାଏ। ତେଣୁ ଏହା ବେଳେବେଳେ ବିନ୍ଧିଥାଏ। ଆଉ ଏହା ଏତେ ଅଧିକ ହୁଏ ଯେ, ଆପଣ ମେଡିସିନ୍‌ ନ ଖାଇଲେ ଉପଶମ ମିଳେ ନାହିଁ। ଏହା ପରବର୍ତ୍ତୀ ସମୟରେ ଅହସ୍ୟ ମଧ୍ୟ ହୋଇଥାଏ।

ବ୍ୟାକ୍‌ ପେନ୍‌: ଆପଣଙ୍କର ଯଦି ବ୍ୟାକ୍‌ ପେନ୍‌ ବା ଦେହର ପଛ ଭାଗ କାନ୍ଧରୁ ଅଣ୍ଟା ଯାଏ ବିନ୍ଧୁଥାଏ , ଏହାର କାରଣ ମଧ୍ୟ ଆପଣଙ୍କ ହାଇ ହିଲ୍‌ ହୋଇପାରେ। ପ୍ଲାଟ୍‌ ପିନ୍ଧି ଚାଲିବା ବେଳେ ଆମ ଦେହ ସିଧା ହୋଇ ରହିଥାଏ। କିନ୍ତୁ ଆମେ ଯେତେବେଳେ ହାଇ ହିଲ୍ସ ପିନ୍ଧୁ ସେତେବେଳେ ଆମ ଶରୀରର ମାଂସପେଶୀ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଯାହା ଆମ ଶରୀରର ପାଇଁ କ୍ଷତିକାରକ ହୋଇଥାଏ। ଆଉ ଏଥିପାଇଁ ମଧ୍ୟ ଆମର ବ୍ୟାକ୍‌ ପେନ୍‌ ହୋଇଥାଏ।

ଗୋଡ଼ ମୋଡ଼ି ହେବା ଆଶଙ୍କା ଥାଏ:ଅଧିକ ସମୟ ଆପଣ ହାଇ ହିଲ୍ସ ବ୍ୟବହାର କରୁଥିଲେ ଗୋଡ଼ ମୋଡ଼ି ହେବାର ଆଶଙ୍କା ମଧ୍ୟ ରହିଥାଏ। ଆଉ ଗୋଡ଼ ମୋଡ଼ି ହେବା ଯୋଗୁ ଆପଣ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।

ମାସଂପେଶୀ ଉପରେ ପ୍ରଭାବ ପକାଏ:ଆମର ବୟସ ଯେତେ ବଢ଼ି ବଢ଼ି ଯାଇଥାଏ ଦେହର ମାସଂପେଶୀ ମଧ୍ୟ ସେତେ ଦୁର୍ବଳ ହୋଇ ଯାଉଥାଏ। ତେବେ ଆପଣ ସବୁବେଳେ ହିଲ୍ସ୍ ପିନ୍ଧିବା ଯୋଗୁ ଏହା ଆପଣଙ୍କ ପାଦ ଏବଂ ଗୋଡ଼ର ମାଂସପେଶୀ ଉପରେ ପ୍ରଭାବ ପକାଇଥାଏ।

ପାଦକୁ ଖରାପ ଆକାର ଦେଇଥାଏ:ଆପଣ ଯଦି ପ୍ରତିଦିନ ହିଲ୍ସ୍‌ ପିନ୍ଧୁଛନ୍ତି ତାହାଲେ ଆପଣଙ୍କ ପାଦ ଆକାର ମଧ୍ୟ ବିଗିଡ଼ି ଯାଇପାରେ। ଯାହା ଭଲ ଦେଖାଯାଇନଥାଏ। ଏହା ଆଙ୍ଗୁଠିକୁ ଖରାପ ଆକାର ଦେଇଥାଏ। ବୁଢ଼ା ଆଙ୍ଗୁଠି ବଙ୍କା ମଧ୍ୟ ଦେଖାଯାଇଥାଏ।

Leave A Reply

Your email address will not be published.