ଜିନ୍ସ ପିନ୍ଧୁଛନ୍ତି କି? ସାବଧାନ ! ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବିପଦ*
ଆଜିର ଆଧୁନିକ ଯୁଗରେ ଫ୍ୟାସନ୍ର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି। ପୁରୁଷ ହୁଅନ୍ତୁ କିମ୍ବା ମହିଳା ସମସ୍ତଙ୍କ ପସନ୍ଦ ଜିନ୍ସ ପ୍ୟାଣ୍ଟ୍। ଏକରୁ ଅଧିକ ଜିନ୍ସ ରଖିବା ଏବେ ସାଧାରଣ ଘଟଣା। ବିଶେଷକରି ମହିଳାମାନେ ଟାଇଟ୍ ଜିନ୍ସ ପିନ୍ଧିବାକୁ ଅଧିକ ପସନ୍ଦ କରନ୍ତି, କାରଣ ଏହା ଦ୍ୱାରା ସେମାନେ ନିଜକୁ ଅଧିକ ଫ୍ୟାସନେବଲ ଓ ଆକର୍ଷଣୀୟ ଭାବେ ଦେଖାଇପାରନ୍ତି ।
*ଟାଇଟ୍ ଜିନ୍ସର କୁପ୍ରଭାବ*
ଅତ୍ୟଧିକ ଟାଇଟ୍ ଜିନ୍ସ ପିନ୍ଧିବା ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ଡାକ୍ତରମାନଙ୍କ ମତାନୁସାରେ ଏହା ଶରୀରରେ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ।ଏମିତିକି ଗୋଡ଼ ଓ କମର ଅଞ୍ଚଳରେ ଚାପ ପଡ଼େ। ଏହାର ଫଳରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇନଥାଏ। କେତେକ ଘଟଣାରେ ଗୋଡ଼ ଦୁର୍ବଳ ହୋଇଯିବା ସହ ଚାଲିବାରେ ଅସୁବିଧା ହୋଇଥାଏ।
*ଚର୍ମ ସମସ୍ୟା*
ଟାଇଟ୍ ଜିନ୍ସ ଦୀର୍ଘ ସମୟ ପିନ୍ଧିଲେ ଝାଳ ଜମି ଚର୍ମ କୁଣ୍ଡେଇ ହେବା ସହ ଚର୍ମ ଜଳିବା ଭଳି ସମସ୍ୟା ହୋଇପାରେ । କେବେ କେବେ ଚର୍ମ କଠିନ କିମ୍ବା କୁଞ୍ଚିତ ହେବା ମଧ୍ୟ ଦେଖାଯାଏ।
*ପେଶୀ ଓ ସ୍ନାୟୁ ଉପରେ ପ୍ରଭାବ*
ଅତ୍ୟଧିକ ଟାଇଟ୍ ପୋଶାକ ପେଶୀ ଓ ସ୍ନାୟୁ ଉପରେ ଚାପ ସୃଷ୍ଟି କରେ। ଏହାର ଫଳରେ ଗୋଡ଼ ଦୁର୍ବଳ ଲାଗିବା, ଠିଆ ହେବା କିମ୍ବା ଦୌଡ଼ିବାରେ ଅସୁବିଧା ଅନୁଭବ ହୋଇପାରେ।
*ପୁରୁଷମାନଙ୍କ ପାଇଁ ମଧ୍ୟ ବିପଦ*
ଏହି ସମସ୍ୟା କେବଳ ମହିଳାଙ୍କୁ ନୁହେଁ, ପୁରୁଷମାନଙ୍କୁ ମଧ୍ୟ ପ୍ରଭାବିତ କରେ। ଅତ୍ୟଧିକ ଟାଇଟ୍ ଜିନ୍ସ ପିନ୍ଧିଲେ ଅଣ୍ଡକୋଷ ଅଞ୍ଚଳରେ ତାପମାତ୍ରା ବଢ଼ିବା ସହ ରକ୍ତ ସଞ୍ଚାଳନରେ ବାଧା ଆସିପାରେ। ଏହା ଦୀର୍ଘମେୟାଦୀ ଭାବେ ପ୍ରଜନନ ସ୍ୱାସ୍ଥ୍ୟ ଓ ବୈବାହିକ ଜୀବନରେ ପ୍ରଭାବ ପକାଇପାରେ.
କିଛି ଅଧ୍ୟୟନ ଓ ଘଟଣାରେ ଦେଖାଯାଇଛି ଯେ ଅତ୍ୟଧିକ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା କେତେକ ମହିଳା ଅଚେତ ହୋଇପଡ଼ିଥିଲେ। ଏହା ମୁଖ୍ୟତଃ ରକ୍ତ ସଞ୍ଚାଳନ ଓ ସ୍ନାୟୁ ଉପରେ ଅତ୍ୟଧିକ ଚାପ ପଡ଼ିବାରୁ ଘଟେ।
* କଣ କରିବେ ?*
ସଦା ସୁବିଧାଜନକ ଓ ଠିକ୍ ସାଇଜର ପୋଶାକ ପିନ୍ଧନ୍ତୁ।
ଦୀର୍ଘ ସମୟ ଟାଇଟ୍ ଜିନ୍ସ ପିନ୍ଧି ରହିବେ ନାହିଁ।
ଘରେ ଆସିଲେ ଲୁଜ୍ ପୋଶାକ ପିନ୍ଧନ୍ତୁ।
ଚର୍ମରେ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।ଫ୍ୟାସନ୍ ଭଲ କଥା, କିନ୍ତୁ ସ୍ୱାସ୍ଥ୍ୟ ତାଠୁ ଅଧିକ ଦରକାର ।