ମୁହଁ ଓ ପାଦ ଫୁଲୁଛି କି? କିଡନୀ ସମସ୍ୟାର ପ୍ରାରମ୍ଭିକ ଚେତାବନୀ ହୋଇପାରେ*

0

ଶରୀରରେ ବୃକକ୍ (Kidney) ଅତ୍ୟନ୍ତ ଜରୁରୀ ଅଙ୍ଗ। ଏହା ରକ୍ତକୁ ପରିଷ୍କାର କରିବା, ଅପଦାର୍ଥ ବାହାର କରିବା, ଶରୀରରେ ପାଣି ଓ ଲୁଣ ସନ୍ତୁଳନ ରଖିବା ସହ ରକ୍ତଚାପ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ନେଇଥାଏ। ବୃକକ୍ ନୀରବ ଭାବରେ କାମ କରେ, ତେଣୁ ଏହାର କ୍ଷତି ଆରମ୍ଭ ହେଲେ ଆରମ୍ଭିକ ଅବସ୍ଥାରେ ଲକ୍ଷଣ ଚିହ୍ନଟ କରିବା କଷ୍ଟକର ହୋଇଥାଏ। ଯଦି ୫୦–୭୦% ପର୍ଯ୍ୟନ୍ତ ବୃକକ୍ କ୍ଷତିଗ୍ରସ୍ତ ହୋଇଯାଏ, ତେବେ ଲକ୍ଷଣ ସ୍ପଷ୍ଟ ହେବାକୁ ଲାଗେ।ସେହିପରିସ୍ଥିତିରେ ସମୟ ଥାଉଥିବାବେଳେ ବୃକକ୍ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଅତ୍ୟାବଶ୍ୟକ।

*କାହିଁକି ସମୟରେ ବୃକକ୍ ଯାଞ୍ଚ ଆବଶ୍ୟକ?*

ଶେଷ ପର୍ଯ୍ୟାୟରେ ରୋଗ ଧରାପଡ଼ିଲେ ଡାଇଲିସିସ୍ କିମ୍ବା ଟ୍ରାନ୍ସପ୍ଲାଣ୍ଟ ଦରକାର ପଡ଼ିପାରେ।ଶରୀରରେ ବିଷାକ୍ତ ପଦାର୍ଥ ଧୀରେ ଧୀରେ ସଂଚିତ ହୋଇ ହୃଦୟ, ଫୁସଫୁସ ଓ ମଗଜକୁ ପ୍ରଭାବିତ କରିପାରେ।ଉଚ୍ଚ ରକ୍ତଚାପ ଓ ଡାଇବେଟିଜ୍ ଥିବା ଲୋକଙ୍କରେ ବୃକକ୍ ରୋଗର ଝୁମକି ଅଧିକ ଥାଏ।

*ଘରେ କିପରି ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିପାରିବେ?*

ଆୟୁର୍ବେଦ ବିଶେଷଜ୍ଞମାନଙ୍କ ମତାନୁସାରେ, କିଛି ସରଳ ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ।ଯେପରିକି

*୧. ପରିସ୍ରାରେ ପରିବର୍ତ୍ତନ*

ପରିସ୍ରା ବହୁତ ଗାଢ଼ ହଳଦିଆ କିମ୍ବା ଧୂସର ରଙ୍ଗର ହେବା

ଫେଣ ହେବା (ଅଧିକ ପ୍ରୋଟିନ୍ ସୂଚକ ହୋଇପାରେ)

ବାରମ୍ବାର କିମ୍ବା ବହୁତ କମ୍ ପରିସ୍ରା

ପରିସ୍ରା ସମୟରେ ଜଳାପୋଡ଼ା କିମ୍ବା ଦୁର୍ଗନ୍ଧ

*୨. ଶରୀର ଫୁଲିବା*

ସକାଳେ ଆଖି ତଳେ ଫୁଲା

ପାଦ, ଗୋଡ଼ ଓ ମୁହଁ ଫୁଲିଯିବା

ଆଙ୍ଗୁଠି ଦବାଇଲେ ଚିହ୍ନ ରହିଯିବା

*୩. ଶ୍ୱାସକ୍ଷମତାର ସମସ୍ୟା*

ହାଲୁକା କାମରେ ମଧ୍ୟ ଶ୍ୱାସ ଫୁଲିଯିବା

ରକ୍ତରେ ବିଷାକ୍ତ ପଦାର୍ଥ ବୃଦ୍ଧି ହେଲେ ଏହି ଲକ୍ଷଣ ଦେଖାଯାଏ

*କେବେ ଡାକ୍ତରଙ୍କୁ ଦେଖାଇବେ?*

ଯଦି ଏହି ଲକ୍ଷଣଗୁଡ଼ିକ ୩–୫ ଦିନ ଧରି ରହେ ଡାଇବେଟିଜ୍, ଉଚ୍ଚ ରକ୍ତଚାପ କିମ୍ବା ପରିବାରରେ ବୃକକ୍ ରୋଗ ଇତିହାସ ଥାଏ

ପରିସ୍ରାରେ ରକ୍ତ ଦେଖାଯାଏ।ରକ୍ତ ପରୀକ୍ଷା (କ୍ରିଏଟିନିନ୍), ଯୁରିନ୍ ଟେଷ୍ଟ ଓ ଅଲ୍ଟ୍ରାସାଉଣ୍ଡ ଦ୍ୱାରା ବୃକକ୍ ସ୍ଥିତି ସ୍ପଷ୍ଟ ହୁଏ।

*କିଡନୀ ସୁସ୍ଥ ରଖିବା ପାଇଁ କଣ କରିବେ?*

ପର୍ଯ୍ୟାପ୍ତ ପାଣି ପିଉନ୍ତୁ।ଲୁଣ ଓ ତେଲ ଆହାର କମ କରନ୍ତୁ

।ରକ୍ତଚାପ ଓ ସୁଗାର ନିୟନ୍ତ୍ରଣରେ ରଖନ୍ତୁ।ବିନା ପ୍ରୟୋଜନରେ ବେଦନାନାଶକ ଔଷଧ ଖାଇବେ ନାହିଁ।ନିୟମିତ ହାଲୁକା ବ୍ୟାୟାମ କରନ୍ତୁ।

Leave A Reply

Your email address will not be published.