ପ୍ରଥମ ମ୍ୟାଚରେ ବାଜି ମାରିଲା ଆର୍ଜେଣ୍ଟିନା
ଭୁବନେଶ୍ୱର: ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ୍ ଜିତିଛି ଆର୍ଜେଣ୍ଟିନା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚ୍ରେ ଦଳ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୧-୦ରେ ପରାସ୍ତ କରିଛି। ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ ସ୍କୋର କରିଛନ୍ତି ମାଇକୋ କାସେଲ୍ଲା। ତୃତୀୟ କ୍ୱାର୍ଟରର ଶେଷ ମିନିଟ୍ରେ ସେ ଦଳ ପାଇଁ ନିର୍ଣ୍ଣାୟକ ତଥା ଏକମାତ୍ର ଗୋଲ ଦେଇଛନ୍ତି।
କଳିଙ୍ଗ ଷ୍ଟାଡିୟରେ ଖେଳାଯାଇଥିବା ବିଶ୍ୱକପ ହକିର ପ୍ରଥମ ମ୍ୟାଚ୍ ବେଶ ସଂଘର୍ଷ ପୂର୍ଣ୍ଣ ଥିଲା। ପ୍ରଥମ କ୍ୱାର୍ଟରରେ ଦୁଇ ଦଳ ରକ୍ଷାଣାତ୍ମକ ଢଙ୍ଗରେ ଖେଳିଥିଲେ। ତଥାପି ଗୋଟିଏ ଥର ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ଆର୍ଜେଣ୍ଟିନାର ଡି’ ଭିତରେ ପ୍ରବେଶ କରିଥିଲା। କିନ୍ତୁ ଦଳ ଗୋଲ କରିବାକୁ ସକ୍ଷମ ହୋଇ ନଥିଲା। ପ୍ରଥମ କ୍ୱାର୍ଟର ୦-୦ରେ ଶେଷ ହୋଇଥିଲା।