ଘୋଷଣା ହେଲା ମେଗା ଷ୍ଟାର ଅରିନ୍ଦମଙ୍କ ଆଗାମୀ ଫିଲ୍ମର ନାଁ R. A. M(ରାମ୍)
ଭୁବନେଶ୍ବର (ଆମ ଟିଭି): ଦୀର୍ଘ ବର୍ଷର ନୀରବତା ପରେ ଏକ ଧମାକାଧାର ନୂଆ ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି ଓଲିଉଡ଼ ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ ରୟ l ଅରିନ୍ଦମ ‘ବାବୁ ଭାଇଜାନ୍’ ପରେ କିଛି ଦିନର ନୀରବତା ଭଙ୍ଗ କରି ନୂଆଲୁକ୍ ନୂଆ କାହାଣୀ ସହ ଦଶହରାକୁ ଦ୍ବିଗୁଣିତ ଉତ୍ସବ ମୁଖର କରିବା ସହିତ ଓଲିଉଡ଼ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଯାଉଥିବା ବେଳେ ପ୍ରଶଂସକ ମହଲରେ ଆନନ୍ଦ ଖେଳିଯାଇଛି । ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ନିକଟରେ ଶୁଭ ମହୁରତ ହୋଇଥିଲା । ମହୁରତ ପରଠାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଛି ଅରିନ୍ଦମଙ୍କ ଏହି ଫିଲ୍ମ୍, କାରଣ ହେଉଛି ଫିଲ୍ମର ନାଁ । ନାଁ କୁ ନେଇ ଦର୍ଶକ ଙ୍କ ମନରେ ଯେଉଁ ଆନନ୍ଦ ଥିଲା ତାହା ଆଜି ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଘୋଷଣା କରାଯାଇଛି l ତେବେ ଚଳଚ୍ଚିତ୍ର ର ନାଁ “R. A. M (ରାମ୍) ରଖାଯାଇଛି I ଏହି ‘ରାମ’ ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବ ରେ ଚଳଚ୍ଚିତ୍ରର ପ୍ରଯୋଜକ ତଥା ମେଗାଷ୍ଟାର ର ଅରିନ୍ଦମ,ଅଭିନେତ୍ରୀ ରୂପସା, ପିଙ୍କି ପ୍ରଧାନ,ଓଡିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ,ବରିଷ୍ଠ କ୍ୟାମେରାମ୍ୟାନ ସୁରେନ୍ଦ୍ର ସାହୁ,ପ୍ରଯୋଜକ ମଣ୍ଟୁ ନାୟକ, ପ୍ରଦ୍ୟୁମ୍ନ ଲେଙ୍କା,ଯୁଗଳ ଦେବତା,ଅତିସ ରାଉତ,ଟୁଟୁ ନାୟକ,ବିନି ସାମଲ,ନିର୍ଦ୍ଦେଶକ ଅଶୋକ ପତି,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସମେତ ବରିଷ୍ଠ କଳାକାର ସମେତ ଚଳଚ୍ଚିତ୍ର ର ସମସ୍ତ କାଷ୍ଟ କ୍ରିଉ ଯୋଗଦେଇଥିଲେ l

R.A.M(ରାମ୍)ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ରେ ଅସାଦ ନିଜାମ ଓ ଲିଙ୍କନ ,କ୍ୟାମେରା ପରିଚଳନା ଦାୟିତ୍ବରେ ଅଛନ୍ତି ସୁବ୍ରତ କେ ଖଟୋଇ।

ଫିଲ୍ମଟି ଦଶହରାରେ ମୁଜ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ ଚଳିତ ମାସରୁ ହିଁ ସୁଟିଙ୍ଗ ଆରମ୍ଭ ହେବାକୁ ସମସ୍ତ ପ୍ରସ୍ତୁତି ସରିଛି ଓ ଗୀତ ଗୁଡିକର ରେକର୍ଡିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିକଟରେ ରେକର୍ଡିଂ ଷ୍ଟୂଡିଓରୁ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଅରିନ୍ଦମ, ମଣ୍ଟୁ ରାଉତ, ତାରିକ ଅଜିଜ୍, ସ୍ଵୟମ୍ ଓ ଅନ୍ତରା ଚକ୍ରବର୍ତ୍ତୀ ନଜର ଆସିଛନ୍ତି । ତେଣୁ ଗୋଟେ ପ୍ରକାରର ନିଶ୍ଚିତ ଯେ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଓ ଗାୟିକାମାନଙ୍କର ଏହି ଦମଦାର ଟିମ୍ ର ସବୁ ଗୀତ ଗୁଡିକ ଦଶହରାରେ ଓଡ଼ିଶାରେ ଚହଳ ପକାଇବ । ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବ ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଙ୍କ ମନରେ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଙ୍କ ପ୍ରତ୍ୟାବର୍ତ୍ତନ କୁ ନେଇ ଖୁସି ପ୍ରକାଶ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ I ଚଳଚ୍ଚିତ୍ର ଟି ଓଲିଉଡ଼ ରେ ଚହଳ ସୃଷ୍ଟି କରୁ ସମସ୍ତେ ଏଇ କାମନା କରିଛନ୍ତି l ଚଳଚ୍ଚିତ୍ରର ପ୍ରଚାର ପ୍ରସାରରେ ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି ।ଏହା ଅରିନ୍ଦମ୍ ଙ୍କ ଏହା ୫୪ତମ ଚଳଚ୍ଚିତ୍ର।
