ଭୂବନେଶ୍ୱର(ଆମ ଟିଭି): ଆରିୟାନ୍ ଇଞ୍ଜିନିଅରିଂ କଲେଜରେ ଏକ ଇଣ୍ଟରନ୍ୟାସନାଲ କନ୍ଫରେନ୍ସ କମ୍ପ୍ୟୁଟେସନ ଇଣ୍ଟେଲିଜେନ୍ସି କମ୍ୟୁନିକେସନ୍ ଏବଂ ଡାଟା ଆନାଲିଟିକ୍ସ ଉପରେ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି । ଏହି କନ୍ଫରେନ୍ସ ଆନୁଷ୍ଠାନିକ ଭାବେ ଆ.ଟି ବିଭାଗର ମହା ସଚିବ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍ଘାଟନ ଅଭିଭାଷଣରେ କୃତ୍ରିମ ପ୍ରଣାଳୀ ଦ୍ୱାରା ଜଟିଳ କୁ ସହଜ କରିବା ପାଇଁ ଉପଯୁକ୍ତ ଟେକ୍ନୋନୋଜି ଆପଣାଇବାକୁ ପରାମର୍ଶ ଦେଇଥିଲେ ।
ଆରିୟାନ ଗୃପ ଅଫ ଇଷ୍ଟିଟ୍ୟୁସନର ଚେୟାରପର୍ସନ ଡଃ. ମଧୁମିତା ପରିଡା ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଟି.ସି.ଏସ୍ ତଥା ଟେକ୍ ମହେନ୍ଦ୍ରା ଭଳି ବାହାର କମ୍ପାନୀର ପ୍ରତିନିଧିମାନ ଯୋଗଦେଇ ସେମାନଙ୍କର ଅଭିଭାଷଣ ରଖିଥିଲେ । ଓଡ଼ିଶାର ବହୁ ଅନୁଷ୍ଠାନର ଅଧ୍ୟାପକ, ରିସର୍ଚ୍ଚ ସ୍କଲାର ମାନେ ଯୋଗ ଦେଇଥିଲେ । ଏହି କନ୍ଫରେନ୍ସକୁ କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପକ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।