ନୂଆଦିଲ୍ଲୀ(ଆମ ଟିଭି): ସୀମାରେ ଚୀନର ଦାଦାଗିରି ଏବେ ବି ଜାରି ରହିଛି । ପୂର୍ବ ଲଦାଖରେ ଉତେଜନା କମିଥିଲେ ମଧ୍ୟ ସୈନ୍ୟ ସଂଖ୍ୟା କମ କରାଯିବ ନାହିଁ । ଚୀନ ଉପରେ ନଜର ରଖିବା ପାଇଁ ସୈନ୍ୟର ଆବଶ୍ୟକତା ରହିଛି ବୋଲି ସ୍ଥଳସେନ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି । ଗତ ତିନି ବର୍ଷ ହେବ ପୂର୍ବ ଲଦାଖରେ ଲାଇନ ଅଫ ଆକଚ୍ୟୁଆଲ କଂଟ୍ରୋଲରେ ସୁରକ୍ଷାବଳ ସଫଳତା ସହ ନିଜର ଦାୟିତ୍ୱ ତୁଲାଇଛନ୍ତି ସେନା । ଅନ୍ୟପଟେ ଚୀନ ଏବେବି ଏଲଏସିରେ ବହୁ ସଂଖ୍ୟାରେ ସୈନ୍ୟ ନିୟୋଜିତ ରଖିଛି ।
ଏଲଏସିରେ ସ୍ଥିତି ସ୍ଥିର ଥିଲେ ମଧ୍ୟ ଡ୍ରାଗନ ଜଗିବା ଓ ଅତି ନିକଟରୁ ସୀମା ଉପରେ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ଏକ କନକ୍ଲେଭରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ କହିଛନ୍ତି । ତେବେ ସୀମାରେ ସ୍ଥିତି ସ୍ଥିର ଥିଲେ ମଧ୍ୟ ଚୀନ ସେନା ନ କମାଇ ଗୁଇନ୍ଦାଗିରି କରୁଛି । ତେଣୁ ପୂର୍ବ ଲଦାଖରେ ଅଧିକ ସୈନ୍ୟ ନିୟୋଜିତ ଦରକାର । ପୂର୍ବ ଲଦାଖର ସମସ୍ତ ହଟସ୍ପଟ ଏରିଆରେ ଭାରତୀୟ ଜବାନ ନିୟୋଜିତ ଅଛନ୍ତି ।