ପାରାଦୀପ (ଆମ ଟିଭି): ପାରାଦୀପରେ ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ ସାଗର କବଚ-୨ । ଏହାପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରିବାକୁ ଯାଇ ଏହିଭଳି ସମରାଭ୍ୟାସ ହେଉଛି । ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ସାମୁଦ୍ରିକ ମତ୍ସ୍ୟଜୀବୀ ସମୁଦାୟକୁ ସୁରକ୍ଷା ଦେବା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସଠିକ ରଖିବା ଏହି ସମରାଭ୍ୟାସର ଉଦ୍ଦେଶ୍ୟ । ଉପକୂଳ ଓ ଜଳପଥ ସୀମାରେ କଡା ପ୍ରହରା ଦିଆଯାଉଛି । ମେରାଇନ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ ସମରାଭ୍ୟାସରେ ସାମିଲ ହୋଇଛନ୍ତି ।
ଆଜିଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଭାବେ ଏହି ସମରାଭ୍ୟାସ ୪୮୨ କିମି ପର୍ୟ୍ୟନ୍ତ ଆରମ୍ଭ କରିଥିବା ବେଳେ ଏହା ୨ଦିନ ଧରି ଚାଲୁ ରହିବ। ୨୬/୧୧ ମୁମ୍ବାଇ ଜଳପଥ ଆକ୍ରମଣ ପରେ ଉପକୂଳ ସୂରକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ସମରାଭ୍ୟାସ କରାଯାଉଛି।