ପାକିସ୍ତାନରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ
ଇସଲାମାବାଦ୍ (ଆମ ଟିଭି): ପାକିସ୍ତାନରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଗତକାଲି ପାକିସ୍ତାନ ସେନାର ଏକ ହେଲିକପ୍ଟର ବାଲୁଚିସ୍ତାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ଜଣ ସାମରିକ ଅଧିକାରୀଙ୍କ ପ୍ରାଣହାନି ଘଟିଛି। ବନ୍ୟା ଅଞ୍ଚଳରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଏହି ହେଲିକପ୍ଟର ସୋମବାର ଅପରାହ୍ଣ ୫.୧୦ରେ ଉଥାଲ୍ରୁ ଉଡାଣ ଆରମ୍ଭ କରିଥିଲା। ଏହା ସନ୍ଧ୍ୟା ୬.୫ ମିନିଟ୍ରେ ଏହା କରାଚିରେ ପହଞ୍ଚିବାର ଥିଲା। ତେବେ ମଝି ରାସ୍ତାରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ହେଲିକପ୍ଟରର ଯୋଗାଯୋଗ ଛିନ୍ନ ହୋଇଥିଲା।
ଏହାପରେ ହେଲିକପ୍ଟରଟି ୱିଣ୍ଡାର ଓ ସାସି ପୁନି ଅଞ୍ଚଳରେ ଥିବା ପର୍ବତରେ ଧକ୍କା ଖାଇ ଧ୍ବଂସ ହୋଇଯାଇଥିଲା। ଇତିମଧ୍ୟରେ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ବରିଷ୍ଠ ସେନାଧିକାରୀ ଲେଫଟନେଣ୍ଟ ଜେନେରାଲ ସର୍ଫରାଜ ଅଲ୍ଲି ରହିଥିବା ଜଣାପଡ଼ିଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।