ଜାମ୍ମୁ ଓ କାଶ୍ମୀରରେ ୪ ଅନୁପ୍ରବେଶ କାରିଙ୍କୁ ନିପାତ କଲା ସେନା

0

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ୪ଜଣ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।ପୁଲିସ ଓ ଭାରତୀୟ ସେନାର ମିଳିତ ଅଭିଯାନରେ ଉକ୍ତ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିବା ଜଣାପଡ଼ିଛି।

ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି ଯେ, ସେନା ଓ ପୁଲିସର ମିଳିତ ଅଭିଯାନରେ କୁପ୍‌ୱାଡ଼ାର ମଚ୍ଛଲ୍‌ ସେକ୍ଟର୍‌ ଅନ୍ତର୍ଗତ କାଲା ଜଙ୍ଗଲରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନେ ପାକିସ୍ତାନ ଅଧିକୃତ କଶ୍ମୀର ପଟୁ ଆମ ପଟକୁ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲେ।

ଅନୁପ୍ରବେଶକାରୀ ଆତଙ୍କବାଦୀମାନଙ୍କୁ ବାଧା ଦେବାକୁ ଉଦ୍ୟମ କରାଯିବା ବେଳେ କୁପ୍‌ୱାଡ଼ା ଅନ୍ତର୍ଗତ ମଚ୍ଛଲ୍‌ ସେକ୍ଟର୍‌ରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ମଧ୍ୟ କୁପ୍‌ୱାଡ଼ା ଜିଲ୍ଲା ଅନ୍ତର୍ଗତ ଜୁମାଗୁଣ୍ଡ କେରାନ୍‌ ନିକଟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। କିନ୍ତୁ, ସେନା ଓ ପୁଲସର ମିଳିତ ଅଭିଯାନ ସେମାନଙ୍କ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିଥିଲା। ଏଥିରେ ୫ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Leave A Reply

Your email address will not be published.