ଅରୁନ୍ଧତୀ ମୋଟୋବାଇକ୍ସ ପ୍ରଥମ ବାର୍ଷିକୀ ଅନୁଷ୍ଠିତ
ଭୁବନେଶ୍ବର(ଆମ ଟିଭି): ସ୍ମାର୍ଟସିଟି ଭୁବନେଶ୍ୱରରେ କାର୍ଯ୍ୟରତ ହିରୋ ଡିଲରସିପ୍ – ଅରୁନ୍ଧତୀ ମୋଟୋବାଇକ୍ସ ପ୍ରଥମ ବାର୍ଷିକୀ ପାଳନ କରିଛି । କମ୍ପାନୀର ସିଏମଡି ବ୍ରହ୍ମାନନ୍ଦ ମେହେରଙ୍କର ଏହି ସ୍ୱପ୍ନର ପ୍ରକଳ୍ପ ଗଲା ବର୍ଷେ ତଳେ ବାସ୍ତବତାର ରୂପ ନେଇଥିଲା । ଭୁବନେଶ୍ୱରବାସୀଙ୍କୁ ନିରବଛିନ୍ନ ଭାବେ ସେବା ଯୋଗାଇ ସବୁବେଳେ ଉଚ୍ଚ ପ୍ରଶଂସିତ ହୋଇଛି ଅରୁନ୍ଧତୀ ମୋଟୋବାଇକ୍ସ । ମୁଖ୍ୟ ଅତିଥି ଭାବେ ବରିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଯୋଗଦେଇ ଅରୁନ୍ଧତୀ ମୋଟୋବାଇକ୍ସ ର ଉତ୍ତୋରତର ଉନ୍ନତି କାମନା କରିଥିଲେ। ଏଇ ବର୍ଷକର ଯାତ୍ରାରେ ସହଯୋଗର ହାତ ବଢ଼ାଇଥିବା ପ୍ରତ୍ୟେକ ଲୋକଙ୍କୁ ଅରୁନ୍ଧତୀ ମୋଟୋବାଇକ୍ସ ଗ୍ରୁପ୍ ସିଏମଡି ଶ୍ରୀଯୁକ୍ତ ମେହେର କୃତଜ୍ଞତା ଜ୍ଞାପନ କରିବା ସହ ଆଗକୁ ଆହୁରି ଦ୍ରୁତ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସକାଳ ୬ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ସ୍ମାର୍ଟସିଟି ଭୁବନେଶ୍ୱରରେ ଗ୍ରାହାକଙ୍କ ପାଇଁ ପିକ୍ ଅପ୍ ଓ ଡ୍ରପ୍ ସେବା ଯୋଗାଇଥାଏ ଅରୁନ୍ଧତୀ ମୋଟୋବାଇକ୍ସ । ଗ୍ରାହକଙ୍କ ଦ୍ୱାରା ସବୁବେଳେ ଆଦୃତ ଅରୁନ୍ଧତୀ ଗ୍ରୁପର ବାର୍ଷିକ ଉତ୍ସବ ଅବସରରେ ସଂସ୍ଥାର ସିନିୟର ମ୍ୟାନେଜର ସତ୍ୟବ୍ରତ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।