ଦିଲ୍ଲୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରି ବିଜେପି ଉପରେ ବର୍ଷିଲେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ଅଗ୍ନିପରୀକ୍ଷା । ଏହାସହ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି । ବିଜେପି ଦ୍ୱାରା ରାଜଧାନୀ ଦିଲ୍ଲୀରେ ଆପ୍ ସରକାର ଭାଙ୍ଗିବାର ପ୍ରୟାସ କରାଯିବା ଚର୍ଚ୍ଚା ଭିତରେ ଫ୍ଲୋର୍ ଟେଷ୍ଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏହି ସମୟରେ ବିଜେପି ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ମିଶନ୍ ଲୋଟସ୍ ଫେଲ ମାରିଛି । ମୁଁ ଶୁଣିଛି ଆପ୍ର ୪୦ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରାଯାଇଛି । ମୁଁ ବହୁତ ଖୁସି ଜଣେ ବି ବିଧାୟକ ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇ ନାହାଁନ୍ତି ।

ଆଜି ହଙ୍ଗାମା ଭିତରେ ଆରମ୍ଭ ହୋଇଥିଲା ଗୃହକାର୍ୟ୍ୟ । ବିଜେପି ବିଧାୟକ ଗୃହରେ ହଙ୍ଗାମା କରିବା ସହ ଗୃହକାର୍ୟ୍ୟ କରେଇ ଦେବାରେ ବାଧା ସୃଷ୍ଟି କରିବାରୁ ସେମାନଙ୍କୁ ବାଚସ୍ପତି ମାର୍ଶଲ ଆଉଟ୍ ଅର୍ଥାତ୍ ସଦନ ଗୃହରୁ ବାହାର କରିଦେଇଥିଲେ । ବିଶ୍ୱାସମତ ସାବ୍ୟସ୍ତ କରିବାର ପ୍ରସ୍ତାବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ହିଁ ଦେଇଥିଲେ । କାରଣ ସେ ସଭିଁଙ୍କୁ ଦେଖାଇବାକୁ ଚାହୁଁଥିଲେ ତାଙ୍କ ଦଳରେ କୌଣସି ଫାଟ ନାହିଁ । ଗତ କିଛି ଦିନ ଧରି ଦିଲ୍ଲୀରେ ଲାଗିରହିଛି ହଙ୍ଗାମା ।

Leave A Reply

Your email address will not be published.