ଚାଇନା ସାମଗ୍ରୀ ବଏକଟ କରିବାକୁ ଆହ୍ୱାନ ଦେଲେ ଅରବିନ୍ଦ କେଜ୍ରିୱାଲ

0

ନୂଆଦିଲ୍ଲୀ (ଆମ ଟିଭି): ଚୀନର ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଲାଣି । ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ପରେ ଭାରତରେ ଚୀନ ବିରୋଧୀ ହାୱା ବଢିବାରେ ଲାଗିଛି । ଆଉ ଏହାକୁ ସମର୍ଥନ ଜଣାଇବା ସହ ପୁଣି ଥରେ ଚୀନ ସାମଗ୍ରୀକୁ ବଏକଟ୍ କରିବାକୁ ନାରା ଦେଇଛନ୍ତିି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ।

ଚୀନ ସାମଗ୍ରୀକୁ ବଏକଟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିବା ସହ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ନୀତିକୁ ସମାଲୋଚନା କରିଛନ୍ତି କେଜ୍ରିିୱାଲ । ଏଥସହ ଚୀନ ସାମଗ୍ରୀ ବଦଳରେ ଦୁଇଗୁଣା ଅଧିକ ଦାମ ପଡିଲେ ବି ଘରୋଇ ସାମଗ୍ରୀ କିଣିବାକୁ ଆହ୍ୱାନ ଦେଇଛନ୍ତି ଆପ୍ ମୁଖ୍ୟ । ପୂର୍ବରୁ ଚୀନ ସହ ସବୁ ବାଣିଜ୍ୟକ କାରବାର ବନ୍ଦ କରିବାକୁ ଦାବି କରିଥିଲେ । କାହିଁକି ଚୀନ ସହ ଆମର ବାଣିଜ୍ୟ ବନ୍ଦ ହେଉନାହିଁ ସେନେଇ ପ୍ରଶ୍ନ କରିଥିଲେ । ଚୀନରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ପ୍ରସ୍ତୁତ କରାଯାଉଛି । ଯଦି ଭାରତ ଆମଦାନୀ ବନ୍ଦ କରିଦେବ ଚୀନ ଶିକ୍ଷା ପାଇବ ବୋଲି କହିଛନ୍ତି ଅରବିନ୍ଦ କେଜରିୱାଲ ।

Leave A Reply

Your email address will not be published.