ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ବଡ ଆଶ୍ୱସ୍ତି ; ଜାମିନ ମଞ୍ଜୁର ପରେ ଆଜି ଜେଲରୁ ମୁକ୍ତି

0

ନୂଆଦିଲ୍ଲୀ (ଆମ ଟିଭି); ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଶ୍ୱସ୍ତି । ଅରବିନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । କୋର୍ଟ କହିଛନ୍ତି, ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କାଲି ଅରବିନ୍ଦ କେଜରିୱାଲ ତିହାର ଜେଲରୁ ବାହାରକୁ ଆସିପାରିବେ ।

ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ କେଶରେ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୁକ୍ତ ଦର୍ଶାଇଥିଲା ଓ ପରେ ଗିରଫ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ମେ ମାସରେ ନିର୍ବାଚନ ପ୍ରଚାର ପାଇଁ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ଦେଇଥିଲେ କୋର୍ଟ । ଏହାପରେ ତିହାଡ ଜେଲରେ ଆତ୍ମସମର୍ପଣ କରିଥିଲେ ଅରବିନ୍ଦ କେଜରିୱାଲ । ଏବେ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ବ୍ୟକ୍ତ କରିଛି ଆମ ଆଦମୀ ପାର୍ଟି ।

Leave A Reply

Your email address will not be published.