ଆସ୍ଥା ଭୋଟରେ ଜିତିଲେ ଅରବିନ୍ଦ କେଜ୍ରିୱାଲ: ବିରୋଧୀଙ୍କୁ ଟାର୍ଗେଟ୍ କରି କହିଲେ ଏପରି?

0

ନୂଆଦିଲ୍ଲୀ (ଆମ ଟିଭି): ଆସ୍ଥା ଭୋଟ୍ ଜିତିଲେ, ବିଜେପିକୁ ଟାର୍ଗେଟ କଲେ । ବିଧାନସଭାରେ ହଙ୍ଗାମା ଭିତରେ ଆସ୍ଥା ଭୋଟ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କ ଆପ୍ ସପକ୍ଷରେ ୫୮ ଜଣ ବିଧାୟକ ଭୋଟ୍ ଦେଇଛନ୍ତି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ ଜଣ ବିଧାୟକ ଅଛନ୍ତି । ବିରୋଧୀ ବିଜେପି ପାଖରେ ୮ଜଣ ବିଧାୟକ ରହିଛନ୍ତି । ଦିଲ୍ଲୀରେ ଆପ୍ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଘୋଡ଼ାବେପାର କରୁଥିବା ଅଭିଯୋଗ ଆଣିଥିଲେ କେଜ୍ରିୱାଲ ।

ଆପର ପ୍ରତି ବିଧାୟକଙ୍କୁ ବିଜେପି ୨୦ କୋଟି ଟଙ୍କା ଲେଖାଏଁ ପ୍ରସ୍ତାବ ଦେଇଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ । ଯେଉଁ କାରଣରୁ କେଜ୍ରିୱାଲ ବିଜେପିକୁ ଭୁଲ ପ୍ରମାଣିତ କରିବାକୁ ଯାଇ ଆସ୍ଥା ଭୋଟ୍ କରିବାକୁ କହିଥିଲେ । ଆସ୍ଥା ଭୋଟରେ ଆପ୍ ୫୮ ଭୋଟ୍ ପାଇଛି । ତେବେ ବାକି ୪ ବିଧାୟକ ମଧ୍ୟରୁ ୨ଜଣ ଦେଶ ବାହାରେ ଅଛନ୍ତି । ଜଣେ ଜେଲରେ ଥିବା ବେଳେ ଚତୁର୍ଥ ସଦସ୍ୟ ଗୃହର ବାଚସ୍ପତି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ଆପ୍ ସରକଙ୍କୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁଥିବା କହିଛନ୍ତି ଆପ୍ ନେତା । ଏହା ସହ ସେ କହିଛନ୍ତି, ଦିଲ୍ଲୀରେ ବିଜେପିର ଅପରେସନ ଲୋଟସ୍ ଏବେ ଅପରେସନ ପଙ୍କରେ ପରିଶତ ହୋଇଛି ।

 

Leave A Reply

Your email address will not be published.