ମାର୍ଚ୍ଚ ୨୦୨୪ ସୁଦ୍ଧା ଭାରତୀୟ ରେଳବାଇ ପାଖରେ ରହିଛି ପାଖାପାଖି ୪.୯୦ ଲକ୍ଷ ହେକ୍ଟର ଜମି

0

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଭାରତୀୟ ରେଳବାଇର ମୋଟ ଜମି ପାଖାପାଖି ୪.୯୦ ଲକ୍ଷ ହେକ୍ଟର, ଯେଉଁଥିରୁ ୮୮୧୨ ହେକ୍ଟର ଜମି ବିଭିନ୍ନ ଉଦ୍ଦେଶ୍ୟରେ ଲିଜରେ ଦିଆଯାଇଛି। ଏଥିରେ ଯାତ୍ରୀ ସୁବିଧା, କାର୍ଗୋ ସମ୍ବନ୍ଧୀୟ ସୁବିଧା, ବାଣିଜ୍ୟିକ ବିକାଶ ଇତ୍ୟାଦି ପାଇଁ ଲିଜ୍/ଲାଇସେନ୍ସ ପ୍ରାପ୍ତ ରେଳ ଜମି ଅନ୍ତର୍ଭୁକ୍ତ।

ଭାରତୀୟ ରେଳବାଇ ଦଖଲରେ ଥିବା ଜମିକୁ ସ୍ଥାୟୀ ଭିତ୍ତିଭୂମି ଯେପରିକି ଟ୍ରାକ୍, ଷ୍ଟେସନ, ଟର୍ମିନାଲ, କାରଖାନା, ଉତ୍ପାଦନ ୟୁନିଟ୍ ଇତ୍ୟାଦି ଯୋଗାଇବା ପାଇଁ ବ୍ୟବହାର କରାଯାଏ। ଏହାବ୍ୟତୀତ, ରେଳ ଜମି ମଧ୍ୟ ସରକାରୀ ବିଭାଗ, କେନ୍ଦ୍ରୀୟ ବିଦ୍ୟାଳୟ, ଜନସେବା ପ୍ରଦାନକାରୀ, ଘରୋଇ କ୍ଷେତ୍ରକୁ ରେଳ ସମ୍ବନ୍ଧୀୟ କାର୍ଯ୍ୟକଳାପ ଯେପରିକି ଯାତ୍ରୀ ସୁବିଧା, ମାଲ ପରିବହନ ସମ୍ବନ୍ଧୀୟ ସୁବିଧା ଇତ୍ୟାଦି ପାଇଁ ଲିଜ/ଲାଇସେନ୍ସ ପ୍ରଦାନ କରାଯାଇଥାଏ।

ନିକଟ ଭବିଷ୍ୟତରେ ପରିଚାଳନା ଉଦ୍ଦେଶ୍ୟରେ ଆବଶ୍ୟକ ନଥିବା ବଳକା ରେଳ ଜମି ରେଳ ଜମି ବିକାଶ କର୍ତ୍ତୃପକ୍ଷଙ୍କୁ ବ୍ୟବସାୟିକ ବିକାଶ ପାଇଁ ଲିଜ୍ ଦେବା ପାଇଁ ଦାୟିତ୍ୱ ଦିଆଯାଇଛି। ବ୍ୟବସାୟିକ ଭାବେ ବିକଶିତ ରେଳ ଜମିର ମାଲିକାନା ସର୍ବଦା ରେଳବାଇ ପାଖରେ ରହିଥାଏ। କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.