ଆଜିଠୁ ଖରାଛୁଟି, ରାଜ୍ୟର ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ

0

ଭୁବନେଶ୍ୱର(ଆମ ଟିଭି): ସ୍କୁଲ ଓ ଗଣଶିକ୍ଷା ବିଭାଗର ଛୁଟି ମୁତାବକ ଆଜିଠୁ ରାଜ୍ୟର ସମସ୍ତ ବିଦ୍ୟଳୟରେ ଖରାଛୁଟି। ବନ୍ଦ ରହିବ ରାଜ୍ୟର ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଆସନ୍ତା ୧୬ ତାରିଖ ପର‌୍ୟ୍ୟନ୍ତ ଏହି ଖରାଛୁଟି ବଳବତ୍ତର ରହିବ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଯାଇଛି ।

ପାଠପଢ଼ାକୁ ଦୃଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି । ପୂର୍ବରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଳାସ ଆରମ୍ଭ ହୋଇଥିଲା । ସକାଳ ୬ଟାରୁ ଦିନ ୯ଟା ପର‌୍ୟ୍ୟନ୍ତ ପିଲାମାନେ କ୍ଳାସ କରୁଥିଲେ ।

Leave A Reply

Your email address will not be published.