ଆଧୁନିକ ସଙ୍ଗୀତର ସ୍ରଷ୍ଟାଥିଲେ ସ୍ୱରୂପ
ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ। ବହୁଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ସ୍ୱରୂପ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା।
ଅନେକ ଓଡ଼ିଆ ସିନେମାରେ ସେ ସଂଗୀତ ଦେଇଥିଲେ।
ଉଦଣ୍ଡି ସୀତା, ଆଇ ଲଭ ୟୁ, ଅର୍ଜୁନ, ଶାଶୁ ଘର ଚାଲିଯିବି, ପୁଅ ମୋର ଭୋଳା ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ, ପ୍ରଥମ ପ୍ରେମ ଏବଂ ମାତୃଶକ୍ତି ଭଳି ଚର୍ଚ୍ଚିତ ସିନେମାରେ ସେ ସଂଗୀତ ଦେଇଥିଲେ। ଏହି ସିନେମା ଗୁଡିକର ଲୋକପ୍ରିୟ ଗୀତ ସହିତ ସ୍ୱରୂପ ଦର୍ଶକ ମାନଙ୍କ ମନରେ ଅମର ହୋଇ ରହିବେ।
ସ୍ୱରୂପ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୬୨ ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ । ୧୯୮୪ ମସିହାର ହୀରାନୀଳା କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ।