ଅସାଦୁଦ୍ଦିନ ଅୱେସୀଙ୍କ ବିସ୍ଫୋରକ ବୟାନ, କହିଲେ ଚିନୀ ଉପରେ ହେଉ ସର୍ଜିକାଲ ଷ୍ଟ୍ରାଇକ୍

0

ସଙ୍ଗାରେଡ୍ଡୀ (ତେଲେଙ୍ଗାନା): ହାଇଦ୍ରାବାଦ ସହର ପରିବର୍ତ୍ତେ ଚୀନ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରନ୍ତୁ ବୋଲି ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସାଦୁଦ୍ଦିନ ଅୱେସୀ ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି।
ସ୍ମରଣଯୋଗ୍ୟ, ୨୦୨୦ରେ ‘ଗ୍ରେଟର୍‌ ହାଇଦ୍ରାବାଦ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ‘ବିଜେପି’ ନେତା ବନ୍ଦୀ ସଞ୍ଜୟ କହିଥିଲେ, ଶାସକ ‘ଭାରତ ରାଷ୍ଟ୍ର ସମିତି’ (ଟିଆର୍‌ଏସ୍‌) ଏବଂ ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅୱେସୀ ରୋହିଙ୍ଗ୍ୟା, ପାକିସ୍ତାନୀ ଓ ଆଫଗାନିସ୍ତାନ ଭୋଟର୍‌ମାନଙ୍କ ସାହାଯ୍ୟରେ ହାଇଦ୍ରାବାଦ ପୌର ନିର୍ବାଚନ ଜିଣିବାକୁ ଉଦ୍ୟମ କରୁଛନ୍ତି। ରୋହିଙ୍ଗ୍ୟା, ପାକିସ୍ତାନୀ ଓ ଆଫଗାନୀସ୍ତାନ ଭୋଟର୍‌ମାନଙ୍କ ବିନା ଏହି ନିର୍ବାଚନ ହେବା ଉଚିତ। ନିର୍ବାଚନ ଜିଣିଯିବା ପରେ ଆମେ ଏହି ପୁରୁଣା ସହର (ହାଇଦ୍ରାବାଦ) ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବୁ।

ମଙ୍ଗଳବାର ଦିନ ଏହି କଥା ସ୍ମରଣ କରି ସଙ୍ଗାରେଡ୍ଡୀରେ ଆୟୋଜିତ ସାଧାରଣ ସଭାରେ ଅୱେସୀ କହିଲେ, ପୁରୁଣା ସହର ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବେ ବୋଲି ସେମାନେ କହୁଛନ୍ତି। ସତ୍‌ ସାହସ ଅଛି ତ ଚୀନ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କର।

‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ‘ବିଆର୍‌ଏସ୍‌’ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି ବୋଲି କହିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଅୱେସୀ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋ ହାତରେ ‘ଷ୍ଟିଅରିଙ୍ଗ୍‌’ ରହିଲେ ଆପଣଙ୍କୁ କାହିଁକି କଷ୍ଟ ଲାଗୁଛି?

ସେ ଆହୁରି ମଧ୍ୟ କହିଛନ୍ତି, ମନ୍ଦିର ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହେଲାବେଳେ ସେ କହୁଛନ୍ତି ମୋ ହାତରେ ‘ଷ୍ଟିଅରିଙ୍ଗ୍‌’ ରହିଛି। ଯଦି ମୋ ହାତରେ ‘ଷ୍ଟିଅରିଙ୍ଗ୍‌’ ରିହିଲା, ଆପଣଙ୍କୁ କାହିଁକି କଷ୍ଟ ଲାଗୁଛି।

Leave A Reply

Your email address will not be published.