ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନ ପାଇଁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ସମୟରେ ଗେହଲଟଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । ଗେହଲଟଙ୍କୁ ପ୍ରଶଂସା କଲେ ଓ ନିଜ ବନ୍ଧୁ ବୋଲି କହିଥିଲେ । ପରେ ତେରଛା ବାଣ ମାରି ମୋଦି କହିଥିଲେ ରାଜନୈତିକ ସଙ୍କଟ ସତ୍ୱେ କାର୍ୟ୍ୟକ୍ରମରେ ଯୋଗ ଦେଇଥିବାରୁ ଧନ୍ୟବାଦ ।
ସବୁ ବିବାଦ ଭିତରେ ବିକାଶମୂଳକ କାର୍ୟ୍ୟପାଇଁ ସମୟ ବାହାର କରିଛନ୍ତି । ସେପଟେ ରେଳବାଇ ମନ୍ତ୍ରୀ ଓ ବୋର୍ଡ ଅଧ୍ୟକ୍ଷ ଉଭୟ ରାଜସ୍ଥାନ । ତେଣୁ ଆପଣଙ୍କ ଦୁଇ ହାତରେ ଲଡୁ ରହିଥିବା କହି କଟାକ୍ଷ କରିଥିଲେ ।