ଖୁବ୍ ଶୀଘ୍ର ଓଡ଼ିଶାରେ ୫ଜି ସେବ, ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର : ମାସେ ଭିତରେ ଓଡ଼ିଶାକୁ ମିଳିବ 5G ସେବା। ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା ମିଳିବ। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସେ କହିଛନ୍ତି,ରେଲୱେ ଏବଂ ଟେଲିକମ୍ରେ ଓଡ଼ିଶାକୁ ଅବହେଳା ହେଉଛି ବୋଲି କୁହାଯାଉଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିକମ ପାଇଁ ୫ ହଜାର ୬ ଶହ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି। ଓଡ଼ିଶାର ଯାହା ଦରକାର ସେସବୁ ମୋଦି ଦେଇଛନ୍ତି। ତେଣୁ ତାଙ୍କ ଆଗରେ କେହି ଆଉ ଅଭିଯୋଗ ରଖିପାରିବେନି।
କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଯେଉଁ ଯେଉଁ ଗାଁରେ ମୋବାଇଲ ଟାୱାର ନ ଥିଲା, ତାର ସର୍ଭେ କରିବା ପାଇଁ ମୋଦି ଜି ମୋତେ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଗାଁରେ 4G ନେଟୱାର୍କ ପହଞ୍ଚିବା ଦରକାର ବୋଲି କହିଥିଲେ। ଓଡ଼ିଶାର ପ୍ରତି ଗାଁରେ 4G ନେଟୱାର୍କ ପହଞ୍ଚିବ ବୋଲି ମୋଦି ନିଷ୍ପତ୍ତି ନେଇଛନ୍ତି।