ଜ୍ଞାନବାପୀରେ ଏଏସଆଇ ଆରମ୍ଭ କଲା ସର୍ଭେ

0

ଭୁବନେଶ୍ୱର (ଆମ ଟିଭି): ଜ୍ଞାନବାପୀରେ ଆରମ୍ଭ ହେଲା ସର୍ଭେ । ଆହ୍ଲାବାଦ ହାଇକୋର୍ଯରୁ ଅନୁମତି ମିଳିବା ପରେ ପୁଣି ଏଏସଆଇ ଆରମ୍ଭ କଲା ସର୍ଭେ । ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମୁସଲିମ୍ ପକ୍ଷଙ୍କ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜ୍ଞାନବାପୀ ମସଜିଦ ପରିସରରେ ସର୍ବେକ୍ଷଣ କରିବାକୁ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର୩୦ ଜଣ ସଦସ୍ୟଙ୍କର ଟିମ୍ ମସଜିଦ ଭିତରକୁ ପ୍ରବେଶ କରିଛନ୍ତି ।

ଏମାନଙ୍କୁ ୪ଟି ଟିମରେ ବିଭକ୍ତ କରାଯାଇଛି । ଟିମ୍ ଗୁଡିକ ପ୍ରଥମେ ଡଷ୍ଟିଙ୍ଗ କରିବ, ଏହାପରେ ଫଟୋ ଡକ୍ୟୁମେଣ୍ଟେସନ୍ ଓ ଜିପିଆର ସାହାଯ୍ୟରେ ସର୍ଭେ କରିବ । ହିନ୍ଦୁ ପକ୍ଷରୁ ଆବେଦନ ପରେ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି କ୍ରମେ ଟିମ୍ ସର୍ଭେ ଆରମ୍ଭ କରିଛି ।

Leave A Reply

Your email address will not be published.