ରତ୍ନଭଣ୍ଡାର ଓ ଜଗମୋହନ ମରାମତିକୁ ନେଇ ଦାଖଲ ସତ୍ୟପାଠକୁ ପ୍ରତ୍ୟାହାର କଲା ଏଏସଆଇ

0

ପୁରୀ (ଆମ ଟିଭି): ରତ୍ନଭଣ୍ଡାର ଓ ଜଗମୋହନ ମରାମତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ପ୍ରତ୍ୟାହାର କରି ନେଇଛି ଏଏସଆଇ । ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ମରାମତି କାମର ଅଗ୍ରଗତି ନେଇ ରିପୋର୍ଟ ରହିଥିଲା । ଏହି ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ତେଣୁ ଏହାକୁ ପ୍ରତ୍ୟାହାର କରିଛି ଏଏସଆଇ ।

ଆସନ୍ତା ୧୫ ତାରିଖରେ ପୁଣିଥରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୁଣିଥରେ ମରାମତି କାମର ଅଗ୍ରଗତିକୁ ନେଇ ଏଏସଆଇ ସତ୍ୟପାଠ ଦାଖଲ କରିବ । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.