ଏସିଆ କପ ହକି-୨୦୨୨: ଭାରତୀୟ ପୁରୁଷ ହକି ଦଳ ଜିତିଲା ବ୍ରୋଞ୍ଜ

0

ନୂଆଦିଲ୍ଲୀ(ଆମ ଟିଭି): ଏସିଆ କପ ହକି-୨୦୨୨ରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଦଳକୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଭାରତ ପାଇଁ ଏହା ଦ୍ୱିତୀୟ ବ୍ରୋଞ୍ଜ ପଦକ । ବ୍ରୋଞ୍ଜ ମେଡାଲ ମ୍ୟାଚରେ ଜାପାନକୁ ୧-୦ରେ ହରାଇ ପଦକ ହାସଲ କରିଛି ଦଳ । ତେବେ ଏହି ମୁକାବିଲାରେ ଜାପାନ ଦଳ ୭ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ସୁଦ୍ଧା ଗୋଟିଏ ହେଲେ ମଧ୍ୟ ଗୋଲ ସ୍କୋର କରିପାରିନଥିଲା ।

ପ୍ରଥମ କ୍ୱାର୍ଟରରେ ଭାରତୀୟ ଖେଳାଳୀ ଗୋଲ ସ୍କୋର କରି ଦଳକୁ ଆଗୁଆ କରିଥିଲେ । ରାଜକୁମାର ପାଲ ଟିମ ପାଇଁ ଗୋଟିଏ ମାତ୍ର ଗୋଲ ୧-୦ର ଲିଡରେ ଆଗକୁ ଯାଇଥିଲା ଦଳ।

Leave A Reply

Your email address will not be published.