ଏସିଆ କପ୍: ନେପାଳକୁ ହରାଇଲା ଭାରତ

0

ନୂଆଦିଲ୍ଲୀ (ଆମ ଟିଭି): ଗତକାଲି ଏସିଆ କପର ହାଇଭୋଲଟେଜ୍ ମ୍ୟାଚରେ ନେପାଳକୁ ହରାଇଲା ଭାରତ । ଏସିଆ କପରେ ଗ୍ରୁପ୍ ଏ’ରୁ ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି ଭାରତ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରୁ ଭାରତ ୧ ପଏଣ୍ଟ ପାଇଥିଲା ବେଳେ ନେପାଳ ବିପକ୍ଷ ବିଜୟରୁ ମିଳିଥିବା ୨ ପଏଣ୍ଟ ଭାରତକୁ ସୁପର ୪ରେ ପହଞ୍ଚାଇଛି । ପ୍ରଥମେ ବ୍ୟାଟିଂ କରି ନେପାଳ ୨୩୧ ରନର ଟାର୍ଗେଟ ଦେଇଥିଲା । ପେରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଆକ୍ରମଣାତ୍ମକ ଖେଳିଥିଲେ ।

ଉଭୟ ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି । ଭାରତ ୨.୧ ଓଭର ଖେଳିବା ପରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ଦୀର୍ଘ ସମୟ ପର୍ୟ୍ୟନ୍ତ ମ୍ୟାଚ୍ ବନ୍ଦ ରହିବା ପରେ ରାତି ୧୦ଟା ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା । ଡିଏଲ୍ଏସ୍ ହିସାବ ଅନୁସାରେ ଭାରତ ସମ୍ମୁଖରେ ସଂଶୋଧିତ ଲକ୍ଷ୍ୟ ୨୩ ଓଭରରେ ୧୪୫ ରନ୍ ଧାର୍ୟ୍ୟ କରାଯାଇଥିଲା ।

Leave A Reply

Your email address will not be published.