ଏସିଆ କପ୍: ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କଲା ଶ୍ରୀଲଙ୍କା

0

ନୂଆଦିଲ୍ଲୀ (ଆମ ଟିଭି): ଏସିଆ କପ୍ ଲଢେଇ ଜାରି ରହିଛି । ଗତକାଲିର ହାଇଭୋଲଟେଜ୍ ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ଶ୍ରୀଲଙ୍କା । ସୁପର୍-୪ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାର ଶେଷ ବଲରେ ପାକିସ୍ତାନକୁ ହରାଇ ଏହି ସଫଳତା ହାସଲ କରିଛି ଦଳ । ଟାଇଟଲ୍ ମୁକାବିଲାରେ ଶ୍ରୀଲଙ୍କାର ସାମ୍ନା ଭାରତ ସହ ହେବ । ଭାରତ ସୁପର୍-୪ରେ ଦୁଇଟି ମ୍ୟାଚ୍ ଜିତି ପ୍ରଥମ ଦଳ ଭାବେ ଫାଇନାଲ୍ ଟିକେଟ୍ କାଟିସାରିଛି ।

ରବିବାର କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଟ୍ରଫି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା-ପାକିସ୍ତାନ ସୁପର୍-୪ ମ୍ୟାଚରେ ମଧ୍ୟ ବର୍ଷାର ଖେଳ ଦେଖିବାକୁ ମିଳିଥିଲା । ୪୨ ଓଭର ବିଶିଷ୍ଟ ମ୍ୟାଚରେ ପାକିସ୍ତାନ ଦଳ ୭ ୱିକେଟ୍ ହରାଇ କରିଥିଲା ୨୫୨ ରନ୍ । ମହମ୍ମଦ ରିଜୱାନ ସର୍ବାଧିକ ୮୬ ରନ୍, ଅବଦୁଲ ସଫିକ୍ ୫୨ ରନ୍ ଏବଂ ମହମ୍ମଦ ଇଫତିକାର ୪୭ ରନ୍ର ଇନିଂସ୍ ଖେଳିଥିଲେ । ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଏକ ସମୟରେ ମ୍ୟାଚକୁ ସହଜରେ ଜିତିନେବା ଭଳି ସ୍ଥିତିରେ ଥିଲା ।

Leave A Reply

Your email address will not be published.