ଏସିଆନ୍ ଗେମ୍ସ: ଭାରତକୁ ୧୦୦ ପଦକ

0

ନୂଆଦିଲ୍ଲୀ(ଆମ ଟିଭି): ଏସିଆନ୍ ଗେମ୍ସରେ ନିଜର ଜଲସ୍ୱା ଦେଖାଇଚାଲିଛି ଭାରତ । ମେଡାଲ ପରେ ମେଡାଲ ଆଣି ଭାରତର ନାଁକୁ ଗୌରବାନ୍ୱିତ କରିଛନ୍ତି । ଏହାରି ଭିତରେ ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । ହାଙ୍ଗଝୌରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ । ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଭାରତକୁ ୨୫ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ମିଳିଛି । ୧୪ଦିନରେ ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ହରାଇଲା ଭାରତ ।

ସେହିପରି ତୀରନ୍ଦାଜୀରେ ଭାରତକୁ ୪ଟି ପଦକ ମିଳିଛି । ଓଜାସ ପ୍ରବୀଣ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଓଜାସଙ୍କ ଠାରୁ ହାରି ଅଭିଷେକ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପକ୍ଷରେ ତୀପନ୍ଦାଜୀରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସ୍ୱର୍ଣ୍ଣ ଜିତିଛନ୍ତି ।

 

Leave A Reply

Your email address will not be published.