ଏସିଆନ ଗେମ୍ସ; ପୁଣି ଭାରତକୁ ସ୍ୱର୍ଣ୍ଣ

0

ନୂଆଦିଲ୍ଲୀ (ଆମ ଟିଭି): ବିଦେଶ ମାଟିରେ ଜଲୱା ଦେଖାଉଛି ଭାରତ। ଆଜି ପୁଣିଥରେ ତୀରନ୍ଦାଜୀରେ ଭାରତକୁ ମିଳିଛି ସ୍ୱର୍ଣ୍ଣ। ଆଦିତି, ଜ୍ୟୋତି ଓ ପରନୀତୟ କୌରଙ୍କୁ ସ୍ୱର୍ଣ୍ଣ ମିଳିଛି । ଗତକାଲି ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ମଧ୍ୟ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ମଧ୍ୟ ଭାରତର ଖାତାକୁ ଆସିଥିଲା। ସେହିପରି ୪୪୦୦ ରିଲେରେ ପୁରୁଷ ଦଳ ମଧ୍ୟ ଭାରତ ପାଇଁ ସୁନା ଜିତିଥିଲା।ଏସୀୟ କ୍ରୀଡ଼ାରେ ମଧ୍ୟ ସ୍କ୍ୱାସ୍ ପକ୍ଷରୁ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି।

ସିଙ୍ଗଲ୍ସ ସ୍କ୍ୱାସ୍ ଫାଇନାଲରେ ସୌରଭ ଘୋଷଲଙ୍କ ଠାରୁ ସମସ୍ତେ ସ୍ୱର୍ଣ୍ଣ ଆଶା ରଖିଛନ୍ତି।ଏହାବ୍ୟତୀତ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୁଖ ଦାବିଦାର ଦୀପିକା ପଲ୍ଲିକଲ ଓ ହରିନ୍ଦର ପାଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।ସେହିପରି ମହିଳା ହକି ଦଳ ଉପରେ ଆଶା ରହିଛି। ଭାରତ ଏପର୍ୟ୍ୟନ୍ତ ୧୯ ସ୍ୱର୍ଣ୍ଣ, ୩୧ ରୌପ୍ୟ ଓ ୩୨ କାଂସ୍ୟ ସହ ମୋଟ ୮୨ ପଦକ ଜିତିଛି।

Leave A Reply

Your email address will not be published.