ଏସିଆନ୍ ଗେମ୍ସରେ ଆଜି କ୍ରିକେଟ ଫାଇନାଲ; ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ
ନୂଆଦିଲ୍ଲୀ(ଆମ ଟିଭି): ଏସିଆନ୍ ଗେମ୍ସରେ ଭାରତ ତାର ଜଲୱା ଦେଖାଇବାରେ ଲାଗିଛି । ଏହାରି ଭିତେୀର ପଦକ ସଂଖ୍ୟା ୧୦୦ ଛୁଇଁଛି । ପଦକ ସଂଖ୍ୟା ବଢ଼ାଇବା ପାଇଁ ଭାରତୀୟ ଖେଳାଳି ଦମ୍ ଦେଖାଉଛନ୍ତି । କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ଫାଇନାଲ । ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ଅନ୍ତଜାର୍ତୀୟ ଖେଳାଳୀଙ୍କୁ ନେଇ ସମୃଦ୍ଧ ଭାରତୀୟ ଦଳଠାରୁ ବିଜୟ ଓ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି ଭାରତ । ଏପଟେ ଭାରତରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ରେ କାଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ ।
ଆଉ ତାପୂର୍ବରୁ ଭାରତର ଭିନ୍ନ ଏକ କ୍ରିକେଟ ଦଳ ଚୀନରୁ ସ୍ୱର୍ଣ୍ଣ ନେଇ ଫେରୁ ବୋଲି ସମସ୍ତେ ଚାହାଁନ୍ତି । ହାଙ୍ଗଝୌରେ ରୁତୁରାଜ ଗାଏକ୍ୱାଡଙ୍କ ଦଳ କ୍ୱାଟର ଫାଇନାଲ ଓ ସେମି ଫାଇନାଲରେ ଜବରଦସ୍ତ ଖେଳିଥିବାରୁ ଦଳ ସମାନ ପ୍ରଦର୍ଶନ ଫାଇନାଲରେ ବି ଦୋହରାଇବା ସମ୍ଭାବନା ଅଛି । କ୍ରିକେଟରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ଜିତି ଥିବାରୁ ପୁରୁଷ ଦଳ ପଛରେ ପଡ଼ିବାକୁ କେବେ ବି ଚାହିଁବ ନାହିଁ ।