ନୂଆଦିଲ୍ଲୀ (ଆମ ଟିଭି): ଏସିଆନ୍ ଗେମ୍ସରେ ପୁଣି ଚମକିଲା ଭାରତ । ଏସୀୟ କ୍ରୀଡା କ୍ରିକେଟ ପ୍ରତିଯୋଗିତାରେ ଫାଇନାଲରେ ପହଞ୍ଚିଛି ଭାରତ । ବାଂଲାଦେଶକୁ ୯ ୱିକେଟରେ ମାତ୍ ଦେଇ ସହଜସାଧ୍ୟ ବିଜୟ ହାସଲ ସହ ଫାଇନାଲ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ତିଲକ ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡଙ୍କ ଉପଯୋଗୀ ୪୦ ରନର ଇନିଂସ ବଳରେ ଭାରତ ୯୭ ରନର ବିଜୟଲକ୍ଷ୍ୟକୁ ମାତ୍ର ୯.୨ ଓଭରରେ ହାସଲ କରି ନେଇଥିଲା ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଋତୁରାଜ । ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ସାଇ କିଶୋର ସର୍ବାଧିକ ୩ଟି ୱିକେଟ ନେଇ ବାଂଲାଦେଶକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।