“ଆସିବ ବର ତୋର” ରେ ଅମ୍ଳାନ, ସ୍ବାତୀ ଓ ସସ୍ମିତା ଏକାଠି
ମୁନ ଟିଭି ମୁଭିଜ୍ ର ନୂଆ ଓଡ଼ିଆ ଚଳଚ୍ଚିତ୍ର ” ଆସିବ ବର ତୋର” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଅଛି। ଚଳଚ୍ଚିତ୍ର ରେ ଅଭିନେତା ଅମ୍ଳାନ ଙ୍କ ବିପକ୍ଷରେ ନାୟିକା ଅଛନ୍ତି ସ୍ବାତୀ ଓ ସସ୍ମିତା । ସ୍ବାତୀ ଓ ସସ୍ମିତା ତରଙ୍ଗ ଟିଭି ପ୍ରଯୋଜିତ ରିଅଲିଟି ସୋ “କିଏ ହେବ ମୋ ହିରୋଇନ୍” ରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ସ୍ବାତୀ ଚଳଚ୍ଚିତ୍ର “ଅଟୋଗ୍ରାଫ ” ରେ ଅଭିନେତା ଦୀପକ ଓ ସସ୍ମିତା ଚଳଚ୍ଚିତ୍ର “ହାପି ଲକି” ରେ ଅଭିନେତା ଜ୍ୟୋତି ଓ ଅମ୍ଳାନ ଙ୍କ ସହ ଅଭିନୟ କରିସାରିଛନ୍ତି।
“ଆସିବ ବର ତୋର” ର ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦିଲ୍ଲୀପ ପଣ୍ଡା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ ମଜୁମଦାର। ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ ଆମ ଟିଭି ଏହାର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ବେଳେ ପ୍ରଣୟ ଜେଠୀ ଚଳଚ୍ଚିତ୍ର ର କ୍ରିଏଟିଭ ହେଡ ଅଛନ୍ତି। ଚଳଚ୍ଚିତ୍ର ଟି ଆସନ୍ତା ଅକ୍ଟୋବର ମାସରେ ସୁଟିଂ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।