ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆସିବ ବର ତୋର” ରେ ଅଭିନେତ୍ରୀ ସ୍ବାତୀ
ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆସିବ ବର ତୋର” ରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହେଲେ ଅଭିନେତା ଅ ମ୍ଳାନ ଙ୍କ ନାୟିକା ଭାବରେ ଅଭିନେତ୍ରୀ ସ୍ବାତୀ। ଅମ୍ଳାନ ପୂର୍ବରୁ ମୁନ୍ ଟିଭି ମୁଭିଜ୍ ର ” ବଜରଙ୍ଗୀ ” ଅଭିନୟ କରି ବହୁ ପ୍ରଶଂସା ସାଉଁଟି ସାରିଛନ୍ତି। ଅଭିନେତ୍ରୀ ସ୍ବାତୀ ” କିଏ ହେବ ମୋ ହିରୋଇନ୍” ରୁ ଅଭିନୟ ଯାତ୍ରା ଆରମ୍ଭ କରି ଥିଲେ ତାଙ୍କ ଅଭିନୀତ ଚଳଚ୍ଚିତ୍ର “ଅଟୋଗ୍ରାଫ୍” ମୁକ୍ତିଲାଭ ଅପେକ୍ଷାରେ ରହିଛି । ସ୍ବାତୀ ୧୫ ରୁ ଅଧିକ ମ୍ୟୁଜିକ ଭିଡିଓ ରେ ଅଭିନୟ କରିସାରିଛନ୍ତି। ଚଳଚ୍ଚିତ୍ର ର ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଦିଲ୍ଲୀପ ପଣ୍ଡା ।ଉପଦେଷ୍ଟା ଅଛନ୍ତି କଲ୍ୟାଣ ବାରିକ, ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ, ମ୍ୟୁଜିକ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ ମଜୁମଦାର। ଆସନ୍ତା କ୍ଟୋବର ପ୍ରଥମ ସପ୍ତାହରେ ଚଳଚ୍ଚିତ୍ର ଟି ସୁଟିଂ ଫ୍ଲୋର କୁ ଯିବ ବୋଲିମାସରେ ମୁନ୍ ଟିଭି ମୁଭିଜ୍ ର କ୍ରିଏଟିଭ ହେଡ ପ୍ରଣୟ ଜେଠୀ ଜଣେଇଛନ୍ତି। ଚଳଚ୍ଚିତ୍ର ର ଗୀତ ଗୁଡ଼ିକ ରାମୋଜୀ ଫିଲ୍ମ ସିଟି ଓ କୋଲକାତା ରେ ସୁଟିଂ ହେବ।