ପବନ ଖେଡାଙ୍କୁ ନେଇ ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଶୁଣି ଅପମାନିତ କରିଥିବା କଂଗ୍ରେସ ମୁଖ୍ୟପାତ୍ର ପବନ ଖେଡା ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସୂଚନା ଦେଇଛନ୍ତି। ଗୁରୁବାର ଖେଡାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ଆସାମ ପୁଲିସ୍‌ ଅପମାନସୂଚକ ବୟାନ ପାଇଁ ଗିରଫ କରିଥିଲା। ହେଲେ ସୁପ୍ରିମକୋର୍ଟ ତାଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ। ଏହାକୁ ନେଇ ତମ୍ବିତୋଫାନ ଲାଗି ରହିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ବଡ଼ ସୂଚନା ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି ଯେ “ଅଭିଯୁକ୍ତ(କଂଗ୍ରେସ ନେତା ପବନ ଖେଡା) ନିଃସର୍ତ୍ତ କ୍ଷମା ମାଗି ସାରିଛନ୍ତି। ଆମର ଆଶା ସର୍ବସାଧାରଣ ଜୀବନରେ ପବିତ୍ରତା ବଳବତ୍ତର ରହିବ। ଏହାପରେ କେହିବି ରାଜନୀତିକ ବୟାନବାଜୀ ପାଇଁ ଅସାମାଜିକ ଭାଷାର ପ୍ରୟୋଗ କରିବେ ନାହିଁ। ଆସାମ ପୁଲିସ୍‌ ଏବେ ମାମଲାକୁ ନିଷ୍କର୍ଷରେ ପହଞ୍ଚାଇବ।”

ଗୁରୁବାର ରାୟପୁର ଯାଉଥିବା ଖେଡାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଖେଡାଙ୍କ ବିରୋଧରେ ବିଜେପିର ଜଣେ ନେତା ଆସାମ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରିଥିଲା। ଏହାପରେ ଆସାମ ପୁଲିସ୍‌ ଖେଡାଙ୍କ ରାୟପୁର ଗସ୍ତ ଅଟକାଇବାକୁ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କୁ କହିଥିଲା।

Leave A Reply

Your email address will not be published.