ଭୁବନେଶ୍ୱର (ଆମ ଟିଭି): ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନ । ଦୁଇଟି ପର୍ୟ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ । ପ୍ରଥମ ପର୍ୟ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ତାରିଖ ଯାଏଁ ହେବ । ଦ୍ୱିତୀୟ ପର୍ୟ୍ୟାୟ ୧୦ ତାରିଖରୁ ଆରମ୍ଭ ହେବ । ଅଧିବେଶନରେ ମୋଟ ୨୭ଟି କର୍ୟ୍ୟେ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଗୃହରେ ଅଭିଭାଷଣ ରଖିବେ । ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଗତ ସପ୍ତାହରେ ଏହି ବଜେଟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟର ଅନୁମୋଦନ ପାଇ ସାରିଛି ।
ଅନ୍ୟପକ୍ଷରେ ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ, ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସି ରଣନୀତି ନିର୍ଦ୍ଧାରଣ ହୋଇଛି । ସେପଟେ ଆରମ୍ଭରୁ ବିଜେପି ଗୃହ ଭିତରେ ଆକ୍ରମଣାତ୍ମକ ଭୂମିକା ନେବାକୁ ନିଷ୍ପତ୍ତି ନେଇଛି । ଦଳର ରାଜ୍ୟ କାର୍ୟ୍ୟାଳୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଶାସକ ଦଳକୁ ଘେରିବାକୁ ଯୋଜନା ହୋଇଛି ।