ଝାଲରା ପାଟନ ବିଧାନସଭା ଆସନରୁ ଲଢ଼ିବେ ଆସୁନ୍ଧରା

0

ଜୟପୁର: ଭାରତୀୟ ଜନତା ପାର୍ଟି (ଭାଜପା)ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ଭାଜପା ଏହାର ବହୁ ବଡ ନେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ ନେତା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଝାଲରା ପାଟନ ବିଧାନସଭା ଆସନରୁ ଟିକେଟ ଦେଇଛି। ସତୀଶ ପୁନିଆଙ୍କୁ ଅମ୍ବେରରୁ ପ୍ରାର୍ଥୀ କରାଯାଇଛି।

ପ୍ରଥମ ତାଲିକାରେ ଭାଜପା ୧୦ମହିଳା, ୧୫ ଅନୁସୂଚିତ ଜନଜାତି ଏବଂ ୧୦ ଅନୁସୂଚିତ ଜାତି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ନିକଟରେ ଭାପଜାରେ ଯୋଗ ଦେଇଥିବା ଜ୍ୟୋତି ମର୍ଦ୍ଧାଙ୍କୁ ମଧ୍ୟ ଦଳ ଟିକେଟ ଦେଇଛି। ମିର୍ଦ୍ଧାଙ୍କୁ ନାଗୌରରୁ ପ୍ରାର୍ଥୀ କରାଯାଇଛି। ଦଳ ନାଥଦ୍ୱାରରୁ ବିଶ୍ୱରାଜ ସିଂ ମେୱାଡଙ୍କୁ ଟିକେଟ ଦେଇଛି।

ଏହି ତାଲିକାରେ ବସୁନ୍ଧରା ରାଜେଙ୍କୁ ନିଜ ଆସନରୁ ଟିକେଟ ଦିଆଯାଇଥିବାବେଳେ ବିରୋଧୀଦଳର ନେତା ରାଜେନ୍ଦ୍ର ରାଠୋଡଙ୍କୁ ତାରାନଗରରୁ ପ୍ରାର୍ଥୀ କରାଯାଇଛି। ସେ ଚୁରୁରୁ ବିଧାୟକ ଥିଲେ। ଯଦିଓ ସେ ତରାନଗରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି, ତଥାପି ଦଳ ତାଙ୍କୁ ତାରାନଗରରୁ ଭାଗ୍ୟ ପରୀକ୍ଷା କରିବାକୁ ପଠାଇଛନ୍ତି। ଦଳ ଚିତ୍ତରଗଡରୁ ବିଧାୟକ ଚନ୍ଦ୍ରଭାନ ସିଂଙ୍କ ଟିକେଟ ବାତିଲ କରିଛି ଏବଂ ତାଙ୍କ ସ୍ଥାନରେ ଚିତ୍ତରଗଡରୁ ନରପତ ସିଂ ରାଜଭୀଙ୍କୁ ଟିକେଟ ଦେଇଛନ୍ତି।

Leave A Reply

Your email address will not be published.